ଜଙ୍ଗଲ ସୁରକ୍ଷା ଓ ନିଆଁକୁ ଆୟ‌ତ୍ତ ପାଇଁ ଶ୍ରୀ ଜଗନ୍ନାଥଙ୍କୁ ଚିଠି ଲେଖିଲେ ହୃଷିକେଶ ପାଢ଼ୀ

ଡେଲାଙ୍ଗ, (ଦିଲ୍ଲିପ କୁମାର ଧଉଡ଼ିଆ) : ବିଶ୍ୱ ବନ ଦିବସ ପାଳନ ଅବସରରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସବୁଜ ଡେଲାଙ୍ଗ ଟ୍ରଷ୍ଟ, ବୋଲକଣା ପକ୍ଷରୁ ପରିବେଶ ପ୍ରେମୀ ତଥା ଆଇନଜୀବୀ ହୃଷିକେଶ ପାଢ଼ୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଜଙ୍ଗଲ ନିଆଁକୁ ଆୟତ୍ତ ଓ ସୁରକ୍ଷା ପାଇଁ ଚିଠି ଲେଖିଛନ୍ତି । ଶ୍ରୀ ପାଢ଼ୀ କହିଛନ୍ତି ଯେ, ଜଙ୍ଗଲ ହିଁ ଜୀବନ । ମାନବ ଜାତି ଓ ସୁସ୍ଥ ପରିବେଶ ପାଇଁ ଜଙ୍ଗଲର ଭୂମିକା ଅନ‌ସ୍ୱୀକାର୍ଯ୍ୟ ଜଙ୍ଗଲ ଯୋଗୁଁ ଆମେ ପ୍ରଦୂଷଣ ମୁକ୍ତ ବାୟୁ, ଖାଦ୍ୟ, ପାନୀୟ, ଯଥେଷ୍ଟ ବୃଷ୍ଟି, ଔଷଧ ଓ ଇନ୍ଧନ ଆଦି ପାଇଥାଉ । ମାନବ ସଭ୍ୟତା ପାଇଁ ଜଙ୍ଗଲ ହେଉଛି ଜୈବବିବିଧତାର ମୂଳ ଉତ୍ସ । ଏହାର ଶ୍ରୀ ବୃଦ୍ଧି ଓ ସମୃଦ୍ଧି ଉପରେ ମାନବଜାତିର ଭବିଷ୍ୟତ ନିର୍ଭର କରେ । ବିଭିନ୍ନ ବିକାଶ କାର୍ୟ୍ୟ ନିମନ୍ତେ ଜଙ୍ଗଲ ଉପରେ ଚାପ ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି । ଏଥିପାଇଁ ଶ୍ରୀ ପାଢ଼ୀ କ୍ଷୋଭ ପ୍ରକାଶ କରିଥିଲେ । ଏହି ଆବସରରେ ଜଙ୍ଗଲ ନିଆଁକୁ ଆୟତ୍ତ ଓ ସୁରକ୍ଷା ପାଇଁ କେବଳ ଜଗନ୍ନାଥ ହିଁ ଭରସା ବୋଲି ଅବିହିତ କରିବାସହ ଚାରା ରୋପଣ କରି ପୁରାତନ ଜଙ୍ଗଲର ସୁରକ୍ଷା ଓ ନୂତନ ଜଙ୍ଗଲ ସୃଷ୍ଟିର ଆହ୍ୱାନ ଦେଇଥିଲେ ।

Leave A Reply

Your email address will not be published.

error: Content is protected !!