
ଭୁବନେଶ୍ୱର, (କେପିଏନ୍ଏସ୍) : ତାମିଲନାଡୁରେ କୋଭିଲପାଟ୍ଟିରେ ଚାଲିଥିବା ଜାତୀୟ କନିଷ୍ଠ ପୁରୁଷ ହକିରେ ବିଜୟ ଜାରି ରହିଛି । ପ୍ରଥମ ମ୍ୟାଚରେ ରାଜସ୍ଥାନକୁ ହରାଇଥିବା ଓଡିଶା ରବିବାର ପୁଦୁଚେରୀକୁ ୯-୦ ଗୋଲ୍ରେ ମାତ୍ ଦେଇଛି । ଓଡିଶା ପକ୍ଷରୁ ପୌଲୁସୁ ଲାକ୍ରା (୧୮,୨୯, ୪୩, ୫୩, ୫୯ ମିନିଟ) ୬ ଗୋଲ୍ ସ୍କୋର ଏହି ବିଜୟରେ ପ୍ରମୁଖ ଭୂମିକା ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦୀପକ ମିଞ୍ଜ (୧୦ ମିନିଟ୍), ରୋସନ କୁଜୁର (୧୩ ମିନିଟ୍) ଓ ଆକାଶ ସୋରେଙ୍ଗ (୩୫ ମିନିଟ) ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ ।