ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସେକ୍ଟର ୪ ସ୍ଥିତ ରାଉରକେଲା ମହାବିଦ୍ୟାଳୟ ଇତିହାସବିଭାଗ ତରଫରୁ ‘ଆଲୋଚନା ଚକ୍ର’ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପାଠଚକ୍ରର ବିଷୟ “କେନ୍ଦୁଝର ବିଦ୍ରୋହରେ ଧରଣୀଧର ନାୟକଙ୍କ ଭୂମିକା” ଶୀର୍ଷକ ଆଲୋଚନାରେ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନଙ୍କ ତତ୍ତ୍ଵାବଧାନରେ +୩ ପ୍ରଥମ,ଦ୍ୱିତୀୟ ଓ ତୃତୀୟ ବର୍ଷ ଛାତ୍ରଛାତ୍ରୀ ମାନଙ୍କୁ ବିଷୟ ଭିତ୍ତିକ ଶିକ୍ଷାଦାନ କରିଥିଲେ। ଉକ୍ତ ଆଲୋଚନା ଚକ୍ରରେ ବିଷୟ ବିଶେଷଜ୍ଞ ଭାବରେ ସମ୍ମାନିତ ବକ୍ତା ଡଃ ଯାଜ୍ଞସେନୀ ଛତ୍ରିଆ ଛାତ୍ରଛାତ୍ରୀ ମାନଙ୍କୁ ବିଷୟାନୁଯାୟୀ ଧରଣୀଧରଙ୍କ ଭୂମିକା ଶୀର୍ଷକ ତଥ୍ୟ ଉପସ୍ଥାପନ କରିଥିଲେ । ମହାବିଦ୍ୟାଳୟର ଇତିହାସ ବିଭାଗର ଅଧ୍ୟାପକ ତରଣୀ ନାୟକ, ଅଧ୍ୟାପିକା ସ୍ଵାତୀସ୍ମିତା ସାହୁ ଉପସ୍ଥିତ ରହି ପାଠଚକ୍ର କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ ।