ଖପ୍ରାଖୋଲ, (କୃଷ୍ଣା ସେଠୀ) : ଜଲପାଙ୍କେଲ ଗାଁରେ ରୁହନ୍ତି ଅସହାୟ ହିରନ ଦାସ । ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ସମୟରେ କୈାଣସି ଏକ ଦୁର୍ଘଟଣାରେ ତାଙ୍କର ଗୋଟିଏ ଗୋଡ ଅକାମୀ ହୋଇଯାଇଛି । ତେଣୁ ସେ କୈାଣସି କାମଧନ୍ଦା କରି ପାରନ୍ତି ନାହିଁ । ଅନ୍ୟର ଆଶ୍ରାରେ ଚଳୁଛନ୍ତି । ତାଙ୍କର ଏହି ଦୁନିଆରେ କେହି ନାହାନ୍ତି ।ବହୁ ବର୍ଷ ଆଗରୁ ତାଙ୍କ ସ୍ତ୍ରୀଙ୍କ ଦେହାନ୍ତ ହୋଇଯାଇଛି । ଏତେ ବଡ଼ ଦୁନିଆରେ ସେ ସମ୍ପୂର୍ଣ ଏକାକୀ । ତାଙ୍କର କୈାଣସି ଜମି ବାଡ଼ି କି ଘରଦ୍ୱାର ବି କିଛି ନାହିଁ । ତାଙ୍କ ପାଖରେ ତାଙ୍କର କୈାଣସି ପରିଚୟପତ୍ର ମଧ୍ୟ ନାହିଁ ଯେମିତି କି ଆଧାର କାର୍ଡ, ଭୋଟର କାର୍ଡ । ସେଥିପାଇଁ ଆଜି ପର୍ୟ୍ୟନ୍ତ କୈାଣସି ସରକାରୀ ସହାୟତା ମଧ୍ୟ ପାଇ ପାରିନାହାନ୍ତି । ଆଗରୁ ସେ ଗାଁର ଷ୍ଟଲ୍ରେ ଆଶ୍ରୟ ନେଉଥିଲେ । ଏବେ ସେ ଜଲପାଙ୍କେଲ୍ ଗାଁର ପ୍ରାଥମିକ ବିଦ୍ୟାଳୟରେ ରହୁଛନ୍ତି । ସ୍କୁଲ ଖୋଲିଲେ କେଉଁଠି ରହିବେ ସେହି ଚିନ୍ତାରେ ଘାରି ହେଉଛନ୍ତି । ଯଦି ତାଙ୍କର ଆଧାର କାର୍ଡ ହୋଇପାରନ୍ତା ତା’ହେଲେ ସେ ସମସ୍ତ ସରକାରୀ ସହାୟତା ପାଇପାରନ୍ତେ । ତାଙ୍କ କହିବା କଥା ହେଲା ତାଙ୍କୁ ଯଦି କୈାଣସି ବୃଦ୍ଧାଶ୍ରମରେ ଥାଇଥାନ କରାଯାଆନ୍ତା ତା’ହେଲେ ବାକି ଜୀବନ ଟା ଆରାମରେ କଟିଯାଅନ୍ତା । ଏଣୁ ଗ୍ରାମବାସୀ ପ୍ରଶାସନକୁ ଅନୁରୋଧ କରିଛନ୍ତି ହିରନଙ୍କ ପାଇଁ କୈାଣସି ବୃଦ୍ଧାଶ୍ରମର ବ୍ୟବସ୍ଥା କରାଗଲେ ବହୁତ ଭଲ ହୁଅନ୍ତା ବୋଲି ବୁଦ୍ଧିଜୀବୀମାନେ ମତ ଦିଅନ୍ତି ।
Next Post