oom

ଜିଲ୍ଲାସ୍ତରୀୟ ହିନ୍ଦୀ ଦିବସ ପାଳିତ

jsmm

ବରଗଡ, (ନିରୋଜ କୁମାର ପାଣୀ) : ରାଷ୍ଟ୍ରଭାଷା ହେଉଛି ରାଷ୍ଟ୍ରର ଆତ୍ମା । ରାଷ୍ଟ୍ରର ପ୍ରଗତି ଓ ସମୃଦ୍ଧିର ପଥପ୍ରଦର୍ଶକ ଭାବରେ ରାଷ୍ଟ୍ରଭାଷାର ମହତ୍ୱକୁ ରାଷ୍ଟ୍ର ସ୍ୱୀକାର କରିଥାଏ ବୋଲି ଜିଲ୍ଲା ସ୍ତରୀୟ ହିନ୍ଦୀ ଦିବସ ପାଳନ ଅବସରରେ ବକ୍ତାଗଣ ମତବ୍ୟକ୍ତ କରିଥିଲେ । ଆଜି ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ୍‌ ହଲ୍‌ ପରିସରରେ ହିନ୍ଦୀ ଶିକ୍ଷକ ସଂଘର ସଭାପତି ମନୋହର ସାହୁଙ୍କ ଅଧ୍ୟକ୍ଷତାରେ ତଥା ଡକ୍ଟର ଡୋଳାମଣି ସାହୁଙ୍କ ସଂଯୋଜନରେ ଅନୁଷ୍ଟିତ ଜିଲ୍ଲା ସ୍ତରୀୟ ହିନ୍ଦୀ ଦିବସ ପାଳନ ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ମିତ୍ରଭାନୁ କଚ୍ଛପ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ହିନ୍ଦୀ ଦିବସ ପାଳନର ମହତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ । ସମ୍ବଲପୁର କେନ୍ଦ୍ରୀୟ ବିଦ୍ୟାଳୟର ସେବାନିବୃତ ହିନ୍ଦୀ ଅଧ୍ୟାପକ ଡକ୍ଟର ବରୁଣେନ୍ଦ୍ର ସିଂ ମୁଖ୍ୟ ବକ୍ତା ତଥା ମହାତ୍ମାଗାନ୍ଧୀ ଡିଗ୍ରୀ ମହାବିଦ୍ୟାଳୟ ଭୁକ୍ତାର ହିନ୍ଦୀ ଅଧ୍ୟାପକ ଡକ୍ଟର ଦୟାନିଧି ସା ସମ୍ମାନିତ ବକ୍ତା ଭାବରେ ଯୋଗଦାନ କରି ରାଷ୍ଟ୍ର ନିର୍ମାଣରେ ହିନ୍ଦୀର ଭୂମିକା ଉପରେ ମତ ରଖିଥିଲେ । ସଭା ପ୍ରାରମ୍ଭରେ ହିନ୍ଦୀ ଶିକ୍ଷୟିତ୍ରୀଗଣ ପ୍ରାରମ୍ଭିକ ସଂଗୀତ ଗାନ ପରେ ବଳରାମ ସାହୁ ସ୍ବାଗତ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ସଂଘର ସଂପାଦକ ପ୍ରଦୀପ କୁମାର ସାହୁ ବିବରଣୀ ପାଠ ତଥା ତ୍ରିଲୋଚନ ନାଏକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ସେବାନିବୃତ ହିନ୍ଦୀ ଶିକ୍ଷକ ଓ ଶିକ୍ଷୟିତ୍ରୀ ସର୍ବଶ୍ରୀ ସୁରେଶ କୁମାର ପଣ୍ଡା, ଶୀତଳ ପଧାନ ରୁଦ୍ରାଣୀ ଦୀକ୍ଷିତ, କୀର୍ତ୍ତନ ବୈଶାଖ, ମନ୍ଦାକିନୀ ପଧାନ, ଅମୃତା ବେହେରା, ଅଶୋକ ମହାକୁର ଓ ତ୍ରିଲୋଚନ ଶାସ୍ତ୍ରୀଙ୍କୁ ମୁଖ୍ୟ ଅତିଥି ମାନପତ୍ର ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏତତ୍‌ ବ୍ୟତୀତ ନିକଟରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ନୂତନ ଭାବେ ଯୋଗଦାନ କରିଥିବା ଶିକ୍ଷକ- ଶିକ୍ଷୟିତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ଉତ୍ସବରେ ଜିଲ୍ଲାର ସମସ୍ତ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ – ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ । ଶେଷରେ ଶିକ୍ଷକ ରାମକୁମାର ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.