oom

ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର : ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

jsmm

ଢେଙ୍କାନାଳ, (ତାପସ ଦାସ) : ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମିଳିଲା ମହିଳାଙ୍କ ମୃତଦେହ । ଏପଟେ ପରିବାର ଲୋକେ ହତ୍ୟା କରି ଦେଇଥିବାର ଅଭିଯୋଗ ଆଣିଥିବା ବେଳେ ସ୍ୱାମୀ କହିଲେ ରାଗରେ ଏମିତି ରସି ଲଗେଇ କରିଛି ଆତ୍ମହତ୍ୟା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଁଦିଆ ବ୍ଲକର ଦଲାର ଗ୍ରାମରେ । ସୂଚନା ମୁତାବକ ୧୧ ମାସ ତଳେ ଦଲାର ଗ୍ରାମର ନରେନ୍ଦ୍ର ଦାସ କାମାକ୍ଷାନଗର ପରଜଙ୍ଗ ଗ୍ରାମର ସଂଗୀତା ଦାସଙ୍କୁ ବିବାହ କରିଥିଲେ । କିନ୍ତୁ ଦୁଃଖର ବିଷୟ ୨୭ ମାର୍ଚ୍ଚ ରବିବାର ଦିନ ଘରଭିତରୁ ପତ୍ନୀ ସଂଗୀତା ଦାସଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଦେଖିବାରୁ ସ୍ୱାମୀ ନରେନ୍ଦ୍ର ଦାସ ଶ୍ୱଶୁର ଘରକୁ ଫୋନ ଯୋଗେ ଯୋଗାଯୋଗ କରିବା ପରେ ଝିଅ ଘର ଲୋକେ ଘଟଣା ସ୍ଥଳରେ ପଂହଁଚିଥିଲେ । ଏପଟେ ଝିଅ ଘର ଲୋକେ କହିବା ଅନୁଯାୟୀ ଯୌତୁକ ବାବଦକୁ ନେଇ କିଛି ଦିନ ହେବ ନିର୍ଯାତନା ଦେଇଆସୁଥିଲେ ଏମିତି କି ଆମ ଝିଅକୁ ମଧ୍ୟ ନେବାକୁ ଚାହିଁଥିଲୁ ହେଲେ ଆମ ଝିଅକୁ ଛାଡିନଥିବା ବେଳେ ମାରିଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ ।

jittmm
Leave A Reply

Your email address will not be published.