ହରିଶଙ୍କର ମନ୍ଦିର ଖୋଲିବ ଆସନ୍ତା ୧୦ ତାରିଖରୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ହରିଶଙ୍କର ମନ୍ଦିର ଆସନ୍ତା ୧୦ ତାରିଖରୁ ଖୋଲିବ । ଏହାକୁ ନେଇ ଗତକାଲି ଉପଜିଲ୍ଲାପାଳ ତଥା ଦେବୋତ୍ତର ବିଭାଗ କାର୍ଯ୍ୟନିର୍ବାହୀ ଅଧିକାରୀ ସେମନାଥ ପଧାନଙ୍କ ଅଧ୍ୟକ୍ଷତାରେ ପାଟଣାଗଡ ସହରର ଜଗନ୍ନାଥ ମନ୍ଦିର ପରିସରରେ ଏକ ସଭା ଆୟୋଜିତ ହୋଇଥିଲା । ସଭାରେ ବହୁ ଅଧିକାରୀ ଏବଂ ବୁଦ୍ଧିଜୀବୀ ମାନେ ଯୋଗଦାନ କରିି ନିଜ ନିଜ ମତାମତ ଦେଇଥିଲେ । ରାଜ୍ୟରେ ସବୁ ମନ୍ଦିର ଧୀରେ ଧୀରେ ଖୋଲିବାରେ ଲାଗିଥିବା ବେଳେ ହରିଶଙ୍କର ମନ୍ଦିର ମଧ୍ୟ ଖୋଲିବା ପାଇଁ ଦାବି ହୋଇଥିଲା ସଭାରେ । ତେବେ ଆସନ୍ତା ୧୦ ତାରିଖରୁ କୋଭିଡ୍‌ ଗାଇଡ୍‌ ଲାଇନ୍‌ ଅନୁଯାୟୀ ସର୍ବସାଧାରଣଙ୍କ ପାଇଁ ମନ୍ଦିର ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

Leave A Reply

Your email address will not be published.