ପବିତ୍ର ଶ୍ରାବଣ ଶେଷ ସୋମବାରରେ ହରିଶଙ୍କର ପୀଠରେ ଭକ୍ତଙ୍କ ଭିଡ଼ ପରିଲକ୍ଷିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପଶ୍ଚିମ ଓଡ଼ିଶାର ପ୍ରମୁଖ ତୀର୍ଥସ୍ଥଳୀ ହରିଶଙ୍କର ପୀଠରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି । ଆଜି ପବିତ୍ର ଶ୍ରାବଣ ମାସର ଶେଷ ସୋମବାର ଦିନ ହୋଇଥିବା ଯୋଗୁ ହରିଶଙ୍କର ବାବାଙ୍କ ଦର୍ଶନ କରିବା ସକାଶେ ବହୁ ଦୂର ଦୂରାନ୍ତରରୁ ଭକ୍ତ ମାନେ ଆସିଥାନ୍ତି । ପଡୋଶୀ ରାଜ୍ୟ ଛତିଶଗଡ଼ରୁ ଭକ୍ତ ମାନେ ଆସିଥାନ୍ତି । ଦୀର୍ଘ ୫ ମାସ ଧରି ବନ୍ଦ ପରେ ମନ୍ଦିର ଖୋଲାଯାଇଥିବାରୁ ଉକ୍ତ ପର୍ଯ୍ୟଟକ ମାନଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଥିଲା । କାଉଡ଼ିଆ ଭକ୍ତମାନେ ମାନସିକ ରଖି ହରିଶଙ୍କର ପୀଠକୁ ଦର୍ଶନ କରିବା ପାଇଁ ଆସୁଥିବା ପ୍ରକାଶ କରିଛନ୍ତି । କରୋନା କଟକଣା ଯୋଗୁଁ ପ୍ରତି ସୋମବାର ଦିନ ମନ୍ଦିରକୁ ପ୍ରବେଶ କରିବାକୁ ଭକ୍ତମାନଙ୍କୁ ବାରଣ କରାଯାଇଛି ବୋଲି ମନ୍ଦିର ପରିଚାଳନା କମିଟିର ମ୍ୟାନେଜର ଗୁପ୍ତେଶ୍ୱର କୁଅଁର କହିଛନ୍ତି । ହରିଶଙ୍କର ମନ୍ଦିରରେ ଅନ୍ନ ଭୋଗ ବନ୍ଦ ଥିବା ହେତୁ ଭକ୍ତ ଓ ପର୍ଯ୍ୟଟକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରଶାସନ ଦୃଷ୍ଟି ଦେଇ ଅନ୍ନ ଭୋଗର ବ୍ୟବସ୍ଥା କରିବାକୁ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଦାବୀ ହେଉଛି ।

Leave A Reply

Your email address will not be published.