ଲାଠୋର ଧାନ ମଣ୍ଡିରେ ପଡ଼ିରହିଛି ହଜାର ହଜାର ବସ୍ତା ଧାନ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଖପ୍ରାଖୋଲ ବ୍ଲକ ଲାଠୋର ଧାନ ମଣ୍ଡିରେ ପ୍ରାୟ ୩୦ ହଜାର କ୍ୟୁଣ୍ଟାଲ୍ ଧାନ ପଡ଼ିରହିଛି । ଚାଷୀମାନେ ମଣ୍ଡିରେ ଧାନରଖି ହତାଶ ସୋଇପଡିଛନ୍ତି । ସୂଚନା ଅନୁସାରେ ଲାଠୋର ମଣ୍ଡିକୁ ଲାଠୋର, ବେନ୍ଦେର, ମାଲପଡା, କରୁଆଁଝର ଏବଂ ଟଙ୍କପାଣି ଗ୍ରାମର ଚାଷୀମାନେ ଧାନ ବିକ୍ରି କରିବାକୁ ଆଣନ୍ତି । ହେଲେ ମଣ୍ଡିରୁ ଧାନ ଉଠୁ ନଥିବାରୁ ଚାଷୀ ମାନେ ହତାଶ ସୋଇପଡିଛନ୍ତି । ଏନେଇ ଲାଠୋର ସମବାୟ ସମିତି ସମ୍ପାଦକ ଜଗଦୀଶ ରଣାଙ୍କୁ ଯୋଗାଯୋଗ କରିବାରୁ ଏବର୍ଷ ୭୪୯ ଜଣ ଚାଷୀ ଅନଲାଇନ୍‌ରେ ନାଁ ପଞ୍ଜୀକରଣ କରିଛନ୍ତି । ସରକାରୀ ଭାବେ ୩୩ ହଜାର ୭ଶହ କ୍ୟୁଣ୍ଟାଲ ଧାନ କିଣିବା ପାଇଁ ଟାର୍ଗେଟ ରହିଛି । ବର୍ତ୍ତମାନ ଧାନ କିଣା ଟାର୍ଗେଟ ପୂରଣ ହୋଇସାରିଛି । ଯାହା ଫଳରେ ଚାଷୀଙ୍କ ଧାନ ମଣ୍ଡିରୁ ଉଠିପାରୁ ନାହିଁ । ସରକାର ଯଦି ଅଧିକ ଟାର୍ଗେଟ ଦିଅନ୍ତେ ତାହେଲେ ଚାଷୀ ମାନଙ୍କ ଧାନ କିଣା ଯାଇ ପାରନ୍ତା । ତେବେ ଯଥାଶୀଘ୍ର ଚାଷୀ ମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରଶାସନ ଟାର୍ଗେଟ ବୃଦ୍ଧିକରି ଚାଷୀ ମାନଙ୍କ ଧାନ କିଣିବାକୁ ଚାଷୀମାନେ ଦାବୀ କରିଛନ୍ତି ।

Leave A Reply

Your email address will not be published.