ଓଡ଼ିଶା ରାଜୀବ ଗାନ୍ଧୀ ଷ୍ଟୁଡେଣ୍ଟ୍ ଫୋରମ୍‌ର ଜିଲ୍ଲା ସଭାପତି ଭାବେ ମନୋନୀତ ହେଲେ ଜ୍ଞାନ

ଟିଟିଲାଗଡ, (ଗୌରବ ଦର୍ଜୀ) : ଜ୍ଞାନ ରଞ୍ଜନ ସରାଫଙ୍କୁ ଆଜି ଓଡ଼ିଶା ରାଜୀବ ଗାନ୍ଧୀ ଷ୍ଟୁଡେଣ୍ଟ୍ ଫୋରମ୍‌ର ଜିଲ୍ଲା ସଭାପତି ଭାବେ ଘୋଷଣା କରାଯାଇଛି । ଟିଟିଲାଗଡ଼ ପୌରପରିଷଦର ଏକ ମାତ୍ର କଂଗ୍ରେସ ପୌରପରିଷଦ ସଭ୍ୟ କୃଷ୍ଣ ସରାଫଙ୍କ ଏକ ମାତ୍ର ସୁପୁତ୍ର ଜ୍ଞାନ ରଞ୍ଜନ ସରାଫ । ଛାତ୍ର ଜୀବନରୁ ଛାତ୍ରଛାତ୍ରୀ ମାନଂକ ସ୍ୱରକୁ ନେଇ ଛାତ୍ରଛାତ୍ରୀଙ୍କ ବିଭିନ୍ନ ସମସ୍ୟା ପାଇଁ ସ୍ୱର ଉତ୍ତୋଳନ କରି ଆସୁଛନ୍ତି । ଡିଏଭି କଲେଜ୍‌ରେ ଏସ୍‌ଏସ୍‌ଜି ସେକ୍ରେଟାରୀ ଠୁ ନେଇକି, କଲେଜ୍‌ର ବିଭିନ୍ନ ସମସ୍ୟାକୁ ନେଇ ସ୍ୱର ଉତ୍ତୋଳନ କରିଥିଲେ । ବିଗତ ଦିନରେ ଟିଟିଲାଗଡ଼ ବିଧାନସଭା ଛାତ୍ର କଂଗ୍ରେସ କମିଟି ସଭାପତି, ଯୁବ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ତଥା ଟିଟିଲାଗଡ଼ କଂଗ୍ରେସ ଦଳର ଜଣେ ନିର୍ଭୀକ ଛାତ୍ର ନେତା ରୂପରେ କାର୍ଯ୍ୟଭାର ତୁଳାଇ ନିଜର ଅପୂରଣୀୟ ପରିଚୟ ସୃଷ୍ଟି କରି ପାରିଛନ୍ତି । ତାଙ୍କର ଏହି କର୍ମଠ, ସାହସୀ ପରିଚୟକୁ ପାଇ ଆଜି ଓଡ଼ିଶା ରାଜୀବ ଗାନ୍ଧୀ ଷ୍ଟୁଡେଣ୍ଟ୍ ଫୋରମ୍‌ର ବଲାଙ୍ଗିର ଜିଲ୍ଲା ସଭାପତି ଭାବେ ମନୋନୀତ କରାଯାଇଛି । ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛା ବାର୍ତ୍ତା ଆସୁଥିବା ବେଳେ ସେ କହିଛନ୍ତି, ତାଙ୍କ ଉପରେ ଆସ୍ଥା ପ୍ରକଟ କରି ତାଙ୍କୁ ବଲାଙ୍ଗିର ଜିଲ୍ଲା ରାଜୀବ ଗାନ୍ଧୀ ଛାତ୍ର ସଂଗଠନର ଜିଲ୍ଲା ସଭାପତି ରୂପେ ମନୋନୀତ କରି ଦାୟିତ୍ଵ ମଣ୍ଡିତ କରିଥିବାରୁ ଅଖିଳ ଭାରତୀୟ କଂଗ୍ରେସ କମିଟି ସଭାପତି ସୋନିଆ ଗାନ୍ଧୀ, ପୂର୍ବତନ ସଭାପତି ଜନନେତା ରାହୁଲ ଗାନ୍ଧୀ, ପୂର୍ବତନ ମନ୍ତ୍ରୀ ତଥା ବିରୋଧୀ ଦଳ ନେତା ସୁରେନ୍ଦ୍ର ସିଂହ ଭୋଇ, ରାଜୀବ ଗାନ୍ଧୀ ଛାତ୍ର ସଂଗଠନର ରାଜ୍ୟ ସଭାପତି ସତ୍ୟବ୍ରତ ନାୟକ ଓ ଉପସଭାପତି କୃଷ୍ଣଚନ୍ଦ୍ର ସାହୁଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି । ଛାତ୍ର ନେତା ଶ୍ରୀ ସରାଫ ଆଗାମୀ ଦିନରେ ଛାତ୍ର ଛାତ୍ରୀଙ୍କ ହକ ଓ ନ୍ୟାୟ ପାଇଁ ଲଢେଇ କରିବେ ଓ କଂଗ୍ରେସ ସଂଗଠନକୁ ମଜବୁତ୍ କରିବା ଦିଗରେ କାମ କରିବେ ବୋଲି କହିଛନ୍ତି ।

jittmm
Leave A Reply

Your email address will not be published.