om academy

ବଏଲ୍‌ ଯାତ୍ରା ପାଇଁ ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ବୈଠକ

jsm

ପାଟଣାଗଡ଼, (ଅଜିତ ପୁରୋହିତ) : ଆଜି ପାଟଣାଗଡ ସ୍ଥିତ ବ୍ରହ୍ମପୁରା ସୁଭଦ୍ରା ଭବନ ଠାରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏକ ଗୁରୁତ୍ୱତ୍ପୁର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ପାଟଣାଗଡ ଉପଜିଲ୍ଲାପାଳ ସୋମନାଥ ପଧାନଙ୍କ ସଭାପତିତ୍ୱରେ ଉକ୍ତ ବୈଠକରେ ଏଡିଏମ ଅନନ୍ତ ନାରାୟଣ ସିଂ ଲାଗୁରୀ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ମନୋରଞନ ପଧାନ, ପାଟଣାଗଡ ତହସିଲଦାର ଡାକ୍ତର ପୁଷ୍ପାଞଳୀ ପଣ୍ଡା, ଥାନାଧିକାରୀ କେ. ପ୍ରିୟଙ୍କା ରାୟତରାୟ, ଅତିରିକ୍ତ ତହସିଲଦାର ଧୀରଜ ପାତ୍ର, ଏନଏସି ଇଓ ସୁକାନ୍ତ ବେଉରା ଉପସ୍ଥିତ ରହି ପ୍ରଶାସନିକ କଟକଣା ବିଷୟରେ ଦେବୋତ୍ତର କର୍ମକର୍ତ୍ତା ଏବଂ ବଏଲ ଯାତ୍ରା ପରିଚାଳନା କମିଟି ସହ ବିସ୍ତୃତ ଭାବରେ ଅଉାଲୋଚନା କରିଥିଲେ । ପ୍ରଥା ପରମ୍ପରାକୁ ବଜାୟ ରଖିବା ସହ ସରକାରୀ କଟକଣାକୁ କିଭଳି ଠିକ ଭାବରେ ପାଳନ କରାଯିବ ଓ ପାଟଣାଗଡବାସୀଙ୍କ ମହାମାରୀ କରୋନାରୁ ରକ୍ଷା କରାଯାଇ ପାରିବ ସେ ବିଷୟରେ ମଂଚାସୀନ ଅତିଥିମାନେ ମତ ରଖିଥିଲେ । ଉପସ୍ଥିତ ବଏଲଯାତ୍ରା କମିଟି, ପାଟଣେଶ୍ୱରୀ ଏବଂ ସମଲେଶ୍ୱରୀ ଦବୀଙ୍କ ପୁଜାରୀ ତଥା ରାଜ ପୁରୋହିତ ମୁରଳିଧର ପୁରୋହିତ ଭକ୍ତଙ୍କ ଆସ୍ଥା ଏବଂ ବିଶ୍ୱାସକୁ ପ୍ରାଧାନ୍ୟ ଦେବା ପାଇଁ ପ୍ରଶାସନକୁ ଅନୁରୋଧ କରିଥିଲେ । ଏପରିକି ବରିଷ୍ଠ ସଦସ୍ୟ ସୁନୀଲ ଗୋଏଲ, ରାଜେଶ ପୁରୋହିତ, ନବୀନ ମେହେର ପାରମ୍ପରିକ ବାଦ୍ୟ ବଜାଇବାକୁ ଅନୁରୋଧ କରିଥିଲେ । କାରଣ ବିନା ପାରମ୍ପରିକ ବାଦ୍ୟରେ ଦେବୀ ବରୁଆ ଦେହରେ ପ୍ରବେଶ କରାଇବା ଅସମ୍ଭବ, ଯାହା ପରମ୍ପରାଗତ ଭାବରେ ରହି ଆସିଛି । ଅନ୍ୟପକ୍ଷରେ ନଗର ପରିକ୍ରମାକୁ ମଧ୍ୟ କିଛି ପ୍ରଶାସନ ଅନୁମତି ଦେଇଥିଲେ ସୁଦ୍ଧା ନଗର ପରିକ୍ରମା ସମୟରେ ବାଜା ବାଜିବ ନାହିଁ କି କୌଣସି ଭକ୍ତ ମା’ଙ୍କୁ ଦର୍ଶନ ପାଇଁ ଆସି ପାରିବେ । ନାହିଁ ଏପରିକି ମା’ଙ୍କ ଗୋଡ ଧୋଇବାରୁ ମଧ୍ୟ ଭକ୍ତ ଏ ବର୍ଷ ବଂଚିତ ରହିବେ । ଯେହେତୁ ୧୪୪ ଧାରା ଜାରି କରାଯାଇ ୨୩.୧୦.୨୦୨୦ ସନ୍ଧ୍ୟା ୫ ଟା ରୁ ୨୫.୧୦.୨୦୨୦ ପର୍ଯ୍ୟନ୍ତ ବଳବତ୍ତର ରହିବ ସେହି ସମୟରେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବା ସହ ୧୪୪ ଧାରା ଅବମାନନା କଲେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି । ପ୍ରଶାସନିକ ଅଧରକାରୀ, କମିଟୀ ସଦସ୍ୟ, ପୁଜକ, ଦେହେଲିଆ, ପାଇକ, ଗଣମାଧ୍ୟମ ପ୍ରତିନିଧିଙ୍କ ଆଲୋଚନା ପରେ ସର୍ବସମ୍ମତି କ୍ରମେ କରୋନା କଣକଣାକୁ ଦୃଷ୍ଟି ରଖି ତଥା ସ୍ଥାନୀୟ ପ୍ରଶାସନର ସମସ୍ତ ନେର୍ଦ୍ଦେଶକୁ ପାଳନ କରି ନିରାଡମ୍ବର ଭାବରେ ଚଳିତ ବଏଲଯାତ୍ରାକୁ ଆୟୋଜନ କରାଯିବା ପାଇଁ ସ୍ଥିର କରାଗଲା । ସଭା ଶେଷରେ ପାଟଣାଗଡ ତହସିଲଦାର ଡାକ୍ତର ପୁଷ୍ପାଞଳୀ ପଣ୍ଡା ଧନ୍ୟବାଦ ଦେବା ସହ ଜନସାଧାରଣଙ୍କ ସୁରକ୍ଷା ପାଇଁ ପ୍ରତ୍ୟେକ ସରକାରୀ କର୍ମଚାରୀ ନିଜ ପରିବାରକୁ ଛାଡ଼ି ଜନସାଧାରଣଙ୍କ ସେବାରେ କର୍ତ୍ତବ୍ୟ ପାଳନ କରିବା ସହ କରୋନାକୁ ସାମ୍ନା କରୁଛନ୍ତି ଏବଂ ଏହି ସମୟରେ ଜନସାଧାରଣ ମଧ୍ୟ ପ୍ରଶାସନକୁ କର୍ତ୍ତବ୍ୟନିଷ୍ଠ ନାଗରିବ ହିସାବରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ ।

Leave A Reply

Your email address will not be published.