ବାଲେଶ୍ୱର, (କେପିଏନ୍ଏସ୍) : ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ବାହାନଗା ଛକ ନିକଟରେ ଏକ ତୀର୍ଥଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ସୂଚନା ମୁତାବକ ଆଜି ସକାଳ ୫.୧୫ ମିନିଟ ସମୟରେ କଲିକତାରୁ ପୁରୀ ଅଭିମୁଖେ ଯାଉଥିବା ଭେଙ୍କେଟଲକ୍ଷ୍ମୀ ନାମକ(ଏପି-୨୫ଡବ୍ଲୁ-୯୯୨୯) ତୀର୍ଥଯାତ୍ରୀ ବସ ଭାରସାମ୍ୟ ହରାଇ ଡିଭାଇଡର ଉପରକୁ ଚଢ଼ିଯାଇଥିଲା । ଫଳରେ ବସରେ ଥିବା ଡ୍ରାଇଭର ପୋଲରେ ବାଡେଇ ହୋଇ ପୋଲ ତଳକୁ ଖସି ପଡ଼ିଥିବା ବେଳେ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି । ତେବେ ବସରେ ୪୦ଜଣ ଯାତ୍ରୀ ନେଇ ଯାଉଥିବାବେଳେ ୧୦ରୁ ଅଧିକ ଗୁରୁତର ଥିବା ଜଣାପଡ଼ିଛି । ସେମାନଙ୍କୁ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ନିମନ୍ତେ ନିଆଯାଇଥିବା ଜଣାପଡ଼ିଛି । ଘଟଣା ସ୍ଥଳରେ ଖନ୍ତାପଡ଼ା ପୋଲିସ, ବାହାନଗା ଅଗ୍ନିଶମ ବିଭାଗ, ଜାତୀୟ ରାଜପଥ ପୋଲିସ ମିଳିତ ଭାବେ ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରି ତଦନ୍ତ ଚଲାଇଛନ୍ତି । ଦୁର୍ଘଟଣାର କାରଣ ଜଣା ପଡିନଥିବା ବେଳେ ମୃତକ ଡ୍ରାଇଭରଙ୍କ ପରିଚୟ ମିଳିପାରିନାହିିଁ । ଏମାନେ ସମସ୍ତେ ଆନ୍ଧ୍ରପ୍ରଦେଶ ଜେନାଲୁରମ ଜିଲ୍ଲାରୁ ଆସିଥିବା ଜଣାପଡ଼ିଛି ।
Prev Post
Next Post