oum

ଅବକାରୀ ବିଭାଗ ବୋଲେରୋ ଧକ୍କାରେ ୨ ବାଇକ୍ ଆରୋହି ଗୁରୁତର

jsm

ବାରିପଦା : ଅବକାରୀ ବିଭାଗ ଗାଡି ଧକ୍କାରେ ୨ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି । କୁଳିଅଣା ଅବକାରୀ ଅଧିକାରୀଙ୍କ ବୋଲେରୋ ଦୁର୍ଘଟଣା ଘଟାଇ ପଳାଉଥିବା ବେଳେ ଉତ୍ତ୍ୟକ୍ତ ଲୋକ ଗାଡି ଭଙ୍ଗାରୁଜା କରିବା ସହ ଅବକାରୀ କର୍ମଚାରୀଙ୍କୁ ମାଡ଼ ମାରିଥିଲେ । ସୂଚନା ଅନୁସାରେ ଗଣେଶ ନାଥ ଏବଂ ତାଙ୍କ ପୁଅ ଅମରେଶ ନାଥ ବାଇକରେ ଆସୁଥିବା ବେଳେ ଦରକୋଳି ଛକରେ ଅବକାରୀ ବିଭାଗ ଗାଡି ଧକ୍କା ଦେଇଥିଲା । ଏଥିରେ ଗଣେଶ ଓ ଅମରେଶ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଡାକି ଉଭୟ ଆହତଙ୍କୁ ମେଡିକାଲ ପଠାଇଥିଲେ । ତେବେ ଦୁର୍ଘଟଣା ଘଟାଇ ବୋଲେରୋଟି ଫେରାର ହୋଇଯାଇଥିଲା । ଦୁର୍ଘଟଣା ଘଟାଇଥିବା ଅବକାରୀ ବିଭାଗର ଗାଡିକୁ ବାରିପଦା ମୂର୍ଗାବାଡ଼ି ଛକଠାରେ ଅଟକାଇ ଭଙ୍ଗାରୁଜା କରିଛନ୍ତି ସ୍ଥାନୀୟ ଲୋକେ । ଘଟଣାସ୍ଥଳରେ ବାରିପଦା ଟାଉନ ଥାନା ପୋଲିସ ପହଞ୍ଚି ଗାଡି ଓ କର୍ମଚାରୀଙ୍କୁ ଉଦ୍ଧାର କରିଛି ।

Leave A Reply

Your email address will not be published.