୨ ବାଇକ୍‌ ମୁହାଁମୁହିଁ ଧକ୍କା : ଜଣେ ମୃତ, ଜଣେ ଗୁରୁତର

ରାୟଗଡା, (କେପିଏନ୍‌ଏସ୍‌) : ୨ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କାହେବା ଫଳରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି । ଏଭଳି ଘଟଣା ଘଟିଛି ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ନାଇଡୁପେଟା ଦେଇ ଯାଇଥିବା ୩୨୬ ନମ୍ବର ଜାତୀୟ ରାଜପଥରେ । ସୂଚନା ଅନୁଯାୟୀ, ଗତକାଲି ରାତିରେ ରାୟଗଡାରୁ ଜେ.କେ. ପେପର୍‌ ମିଲ୍‌ ଅଭିମୁଖେ ଯାଉଥିବା ଏବଂ ଜେ.କେ. ପେପର୍‌ ମିଲ୍‌ ରାସ୍ତାରୁ ରାୟଗଡା ଅଭିମୁଖେ ଆସୁଥିବା ବେଳେ ମୁହାଁମୁହିଁ ହୋଇ ୨ଟି ବାଇକ୍‌ ଧକ୍କା ହୋଇଥିଲା । ଖବର ପାଇ ଘଟଣାସ୍ଥଳରେ ଚାନ୍ଦିଲି ପୋଲିସ ପହଂଚି ଉଭୟଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ବିନୋଦ ପୁଳାକା ବୋଲି ଜଣାପଡ଼ିଛି । ଅନ୍ୟ ବାଇକ୍ ଆରୋହୀ ଜଣକ ଗୁରୁତର ଥିବାବେଳେ ସେ ଦିବ୍ୟ କାଡ୍ରାକା ବୋଲି ଖବର ମିଳିଛି । ତେବେ ଚାନ୍ଦିଲି ଥାନା ପକ୍ଷରୁ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.