ବିନିକା : ବିନିକା-ରାମପୁର ମୁଖ୍ୟ ରାସ୍ତା ସିଂହିଜୁବା ଠାରେ ଏକ ବାଇକ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ଜଣା ପଡ଼ିଛି । ମୃତକ ଜଣକ ହେଲେ ସିଂଘିଯୁବା ଗ୍ରାମର ଜବଦୁ ସାହୁ । ବିନିକା ଥାନା ସିଂଘିଯୁବା ଗ୍ରାମର ଜବଦୁ ନିକଟ ଗ୍ରାମରୁ ଗଙ୍ଗା ଭୋଜି ଖାଇ ନିଜ ଗ୍ରାମକୁ ଫେରୁଥିଲେ । ସେହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଉଭୟ ବୃଦ୍ଧ ଓ ବାଇକ ଚାଳକ ପ୍ଲାବିତ୍ ପଧାନ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ । ଉଭୟଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ବିନିକା ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ବୃଦ୍ଧ ଜବଦୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ବାଇକ୍ ଚାଳକ ପ୍ଲବିତ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଥିବା ସୂଚନା ମିଳିଛି । ଖବର ପାଇ ବିନିକା ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ତଦନ୍ତ ଜାରି ରଖିଥିବା ଜଣା ପଡ଼ିଛି ।
Prev Post
Next Post