ଅସହାୟ ଅବସ୍ଥାରେ ଗୁପ ମଲ୍ଲିକ ପରିବାର : ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାହା ପାଇଁ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ସରକାର ଯୋଜନା ଉପରେ ଯୋଜନା କରି ଚାଲିଛନ୍ତି । କିନ୍ତୁ ତାହା ଉପଯୁକ୍ତ ଳୋକଙ୍କୁ ମିଳିପାରୁଛି କି ନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କନ୍ଧକେଲଗାଁ ଗ୍ରାମର ଗୁପ ମଲ୍ଲିକ ଜଣେ ଗରିବ, ଚାଷ କାମ ସହ ମୂଲ ଲାଗି ନିଜ ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ମଧ୍ୟ ତାଙ୍କୁ କଷ୍ଟ ହୋଇଥାଏ । ନିଜକୁ ନିଜ ପରିବାରକୁ ସୁରକ୍ଷିତ ରଖିବା ପାଇଁ ଘର ଖଣ୍ଡିଏ ତିଆରି କରି ପାରିବା ତାଙ୍କ ପକ୍ଷରେ ସମ୍ଭବ ନୁହେଁ । ତେବେ ଗୁପ ମଳ୍ଳିକ ବହୁ ଦିନରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ବହୁ ନେତା ଅଫିସରଙ୍କୁ ଗୁହାରୀ କରିଥିଲେ ମଧ୍ୟ କେହି ହେଲେ ଗୁହାରୀ ଶୁଣୁନାହାନ୍ତି ।

ଶେଷର ଯେଉଁ ଛୋଟିଆ ଘର ଖଣ୍ଡିଏ ମୁଣ୍ଡ ଗୁଞ୍ଜିବାକୁ ଥିଲା, ତାହା ମଧ୍ୟ ଅଦିନିଆ ବର୍ଷା ଯୋଗୁଁ ଭାଙ୍ଗି ଯାଇଛି । ତଥାପି ସେହି ଭଙ୍ଗା ଘରରେ ନିଜର ଜୀବନକୁ ବିପଦରେ ପକାଇ ବସବାସ କରୁଛନ୍‌ନ୍ତି । ତେବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଖଣ୍ଡିଏ ତାଙ୍କୁ ଦିଆଯିବା ଆବଶ୍ୟକ ବୋଲି ଅଞ୍ଚଳରେ ଦାବୀ ହେଉଛି ।

Leave A Reply

Your email address will not be published.