oum

ସୁରକ୍ଷାକର୍ମୀ ଏବଂ ମାଓବାଦୀ ମଧ୍ୟରେ ଗୁଳି ବିନିମୟ : ୨୨ ଜଣ ଯବାନ ସହିଦ

jsm

ବିଜାପୁର : ଗତକାଲି ଛତିଶଗଡର ସୁକମା-ବିଜାପୁର ସୀମାବର୍ତ୍ତୀ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ନକ୍ସଲ ମୁହାଁମୁହିଁ ହୋଇଥିଲେ । ଉଭୟପକ୍ଷ ମଧ୍ୟରେ ୩ ଘଣ୍ଟା ଧରି ଗୁଳି ବିନିମୟ ଚାଲିଥିଲା । ତେବେ ଏହି ଗୁଳିବିନିମୟରେ ୨୨ ଜଣ ଯବାନ ସହିଦ ହୋଇଥିବା ଜଣାପଡିଛି । ୨ ଜଣ ସହିଦ ଯବାନଙ୍କର ମୃତଦେହ ମିଳିଥିବା ବେଳେ ଘଟଣାସ୍ଥଳରେ ଆହୁରି ୨୦ ସହିଦ ଯବାନଙ୍କ ମୃତଦେହ ପଡି ରହିଥିବା ସୂଚନା ମିଳିଛି । ୩୦ଜଣ ଯବାନ ମଧ୍ୟ ଆହତ ହୋଇଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ଜଣାପଡିଛି । ସୂଚନା ଯୋଗ୍ୟ ଯେ, ବିଜାପୁର-ସୁକମା ଜିଲ୍ଲାର ସୀମାବର୍ତ୍ତା ଅଞ୍ଚଳରେ ସୁରକ୍ଷାକର୍ମୀ ଗତକାଲି ଆରମ୍ଭ କରିଥିଲେ ନକ୍ସଲ ବିରୋଧୀ ଅଭିଯାନ । ସିଆରପିଏଫ୍, କୋବ୍ରା ବାଟାଲିଅନ୍, ଡିଆରଜି ଓ ଏସଟିଏଫ ମିଳିତ ଅପରେସନ୍ ଚଳାଇଥିଲେ ।ଏତିକିବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ । ଦୀର୍ଘ ୩ ଗଣ୍ଟା ଗୁଳି ବିନିମୟ ପରେ ୧୫ରୁ ଅଧିକ ମାଓବାଦୀ ଘଟଣାସ୍ଥଳରେ ନିପାତ ହୋଇଥିବା ବେଳେ ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ । ଏହି ଘଟଣା ପରେ ସଂପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ଗୁଳିବିନିମୟରେ ଯବାନ ମୃତାହତ ହେବା ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ।

Leave A Reply

Your email address will not be published.