pakka

ଗ୍ରୀଟିଂସ୍‌ର ସ୍ଥାନ ନେଇଛି ‌‌ସୋସିଆଲ୍‌ ମିଡିଆ : ବଦଳୁଛି ଯୁଗ ବଦଳୁଛି ଚିତ୍ର

bbehera

ସଇଁନ୍ତଲା, (ଅଜିତ କୁମାର ସାହୁ) : ‘ଦିନ ପରେ ଦିନ ଚାଲିଯାଉଥିବ ବାକି ରହି ଯିବ କାଲି, ତୁମ କଥା ସାଥି/ପ୍ରିୟା ମୋ ମନେ ପଡୁଛି ନବବର୍ଷ ଆସେ ବୋଲି’ । ଏହିପରି କିଛି ବାର୍ତ୍ତା ଲେଖି ଶୁଭେଚ୍ଛା ଜଣାଉଥିଲେ ନିଜର ପ୍ରିୟଜନଙ୍କୁ କିଏ ବନ୍ଧୁତ୍ବ ପାଇଁ ତ କିଏ ପ୍ରେମଭରା ନୂତନ ବର୍ଷକୁ ସ୍ବାଗତ କରିବା ପାଇଁ । ଶୁଭେଚ୍ଛା ଜଣାଇବା ସମସ୍ତଙ୍କ ପାଇଁ ନିଆରା ରହିଥିଲା ଗୋଟିଏ କାର୍ଡ । ଯାହାକି ଗ୍ରୀଟିଂସ୍‌ ନାମରେ ଜଣାଥିଲା । ସେହି ଗ୍ରୀଟିଂସ୍‌ କାର୍ଡର ବର୍ତ୍ତମାନ ସ୍ଥାନ ନେଇଛି ସାମଜିକ ଗଣମାଧ୍ୟମ । ହାତ ପାହାନ୍ତରେ ସମସ୍ତଙ୍କ ନିକଟରେ ମୋବାଇଲ ରହିଥିବା ବେଳେ ହ୍ବାଟ୍‌ସଆପ, ଫେସବୁକ ଓ ଟ୍ବିଟର ପରି ସୋସିଆଲ ମିଡିଆ ବର୍ତ୍ତମାନ ଗ୍ରୀଟିଂସ୍‌ର ସ୍ଥାନ ନେଇ ସାରିଛି । ଧୀରେ ଧୀରେ ଯୁଗ ବଦଳୁଛି, ଚିତ୍ର ଚରିତ୍ର ମଧ୍ୟ ବଦଳିବାରେ ଲାଗୁଛି । ତେବେ ଆଜିର ଆଧୁନିକ ଯୁଗରେ ବୈଷୟିକ ଜ୍ଞାନ କୌଶଳ ଚାହିଦାର ବୃଦ୍ଧି ଘଟିଛି । କିଛି କ୍ଷଣ ମଧ୍ୟରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସଂଯୋଗ କରାଯାଇ ପାରୁଛି । ସୂଚନା ଓ ପ୍ରଯୁକ୍ତି ବିଦ୍ୟାରେ ଢେର ଆଗକୁ ବଢୁଛନ୍ତି ଯୁବପିଢି । ହାତରେ ସ୍ମାର୍ଟଫୋନ ଥିବାରୁ ଏହାର ଭରପୁର ସୁବିଧା ମଧ୍ୟ ଉଠାଉଛନ୍ତି । ଯୁବବର୍ଗ ନିଜକୁ ଏଥିରେ ସାମିଲ କରି ମୋବାଇଲ, ଇଣ୍ଟରନେଟ୍‌ ଜରିଆରେ ସହଜରେ ହଜାର ହଜାର କିଲୋମିଟର ଦୂରରେ ରହୁଥିବା ବନ୍ଧୁ ଓ ସମ୍ପର୍କୀୟଙ୍କୁ ଶୁଭେଚ୍ଛା ଜଣାଇ ପାରୁଛନ୍ତି । ବର୍ତ୍ତମାନ ଫେସ୍‌ବୁକ୍‌, ହ୍ବାଟ୍‌ସଆପ୍‌, ଟ୍ବିଟର ପରି ସୋସିଆଲ ମିଡିଆରେ ଏହାକୁ ନୂଆ ରୂପ ଦେଇଛି । ଏଭଳିକି ଭିଡ଼ିଓ କଲିଂ ଜରିଆରେ ଜଣେ ଅନ୍ୟ ଜଣର ଛବି ଦେଖି ସାମ୍ନାରେ ଉପସ୍ଥିତି ମଧ୍ୟ ଅନୁଭବ କରିପାରୁଛନ୍ତି । କରୋନା ମହାମାରୀ କାଳରେ ଏହି ମାଧ୍ୟମ ବେଶ୍‌ ଉପାଦେୟ ମଧ୍ୟ ସାବ୍ୟସ୍ତ ହୋଇଛି । ଆଜିର ଯୁବପିଢି ଏହି ନୂଆ ଢାଞ୍ଚାରେ ନିଜକୁ ଖାପ ଖୁଆଇ ଆଗକୁ ବଢି ଚାଲିଛନ୍ତି । ଜଗତୀକରଣର ଦୁନିଆରେ ହାତ ଲେଖା ଗ୍ରୀଟିଂସ୍ ପ୍ରେରଣ ପରମ୍ପରା ଧୀରେଧୀରେ ହଜିବାକୁ ବସିଲାଣି । ନବ ବର୍ଷର ଏକ ମାସ ଆଗରୁ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର ବିଭିନ୍ନ ସ୍ଥାନରେ ଗ୍ରୀଟିଂସ୍‌ ‌ପସରା ବହୁ ସ୍ଥାନରେ ଦେଖିବାକୁ ମିଳୁଥାଏ କିନ୍ତୁ ଚଳିତବର୍ଷ କିଛି ହାତ‌ ଗଣତି ଦୋକନରେ ଗ୍ରୀଟିଂସ୍‌ ଝୁଲୁଥିବା ବେଳେ ତାହା ମଧ୍ୟ ବିକ୍ରି ହେଉନଥିବା ବ୍ୟବସାୟୀ ମାନେ ପ୍ରକାଶ କରିଛନ୍ତି । ପୂର୍ବରୂ ପଚାଶ ପଇସାରୁ ଆରମ୍ଭ କରି ତିନି ଶହ ଟଙ୍କା ପର୍ଯ୍ୟନ୍ତ ଗ୍ରୀଟି˚ସ୍‌ ରହୁଥିଲା । ଗ୍ରୀଟିଙ୍ଗସ୍‌ର ଚାହିଦା କମି ଯାଉଥିବାରୁ ବହୁ ଲୋକ ବେପାର ମଧ୍ୟ ବନ୍ଦ କରି ଦେଇଥିବାର କିଛି ଦୋକାନୀ ମତ ପ୍ରକାଶ କରିଛନ୍ତି । ଆଗରୁ ଗାଁ ହେଉ ବା ସହରରେ ପିଲାଙ୍କ ମଧ୍ୟରେ ଗ୍ରୀଟିଂସ୍‌କୁ ନେଇ ବହୁତ ଉତ୍ସାହ ଦେଖିବାକୁ ମିଳୁଥିଲା । ଶୀତ ଛୁଟି ହେବା ପୂର୍ବରୁ ନିଜ ବନ୍ଧୁମାନଙ୍କ ମଧ୍ୟରେ ଗ୍ରୀଟିଂସ୍‌ ଦିଆନିଆ ହେଉଥିଲା । ଦେବାଦେବୀ, ସିନେତାରକା, ଖେଳାଳୀ, କାର୍ଟୁନ ଆଦିର ଫଟୋ ଥିବା ଗ୍ରୀଟିଂସ୍‌ ପ୍ରେରଣ କରାଯାଉଥିଲା । ଗ୍ରୀଟିଂସ୍‌ ଆଦାନ ପ୍ରଦାନରେ ନିଜ ଅତ୍ମୀୟ ବନ୍ଧୁ ପ୍ରୀୟଜନଙ୍କ ମଧ୍ୟରେ ରହିଥିବା ଆବେଗକୁ ପ୍ରକାଶ କରୁଥିଲା । ଏହି ସମୟରେ ଗ୍ରୀଟିଂସ୍‌ ଦେବା ପାଇଁ ସମସ୍ତଙ୍କ ମନରେ ଉତ୍ସୁକତା ଦେଖାଦେଉଥିଲା କିନ୍ତୁ ବର୍ତ୍ତମାନ ଆଜି ତାହା ଆଉ ଦେଖିବାକୁ ମିଳୁନାହିଁ । ବର୍ତ୍ତମାନ କପି ପେଷ୍ଟର ଜମାନାରେ ହାତ ଲେଖା ଓ ପୁରୁଣା ଢଗଢମାଳିକୁ କାଗଜରେ ଉତ୍ତାରିବା ପର ପିଢି ପାଇଁ କଷ୍ଟକର ବ୍ୟପାର ପାଲଟିଛି । କିଛି ନିର୍ଦ୍ଧିଷ୍ଟ ‌ବର୍ଗ ମଧ୍ୟରେ ଏହି ପରମ୍ପରା ବଞ୍ଚି ରହିଥିବା ଜଣାପଡୁଛି ବୋଲି କହିଛନ୍ତି ବ୍ୟବସାୟୀ । ପୂର୍ବଭଳି ଆଉ ବ୍ୟବସାୟ ହେଉ ନାହିଁ । ଆଗରୁ ନଭେମ୍ବର ପହିଲାରୁ ବେପାର କରୁଥିଲୁ କିନ୍ତୁ ଏବେ ଚାରି ପାଞ୍ଚ ଦିନ ପୂର୍ବରୁ ଦୋକାନ ଖୋଲିଛୁ ପୂର୍ବରୁ ୧୦ ହଜାରରୁ ଉର୍ଦ୍ଧ ଟଙ୍କା ପର୍ଯ୍ୟନ୍ତ ବେପାର ହେଉଥିବା ବେଳେ ଏବେ ପାଖାପାଖି ୨-୩ ହଜାର ଟଙ୍କାର ବେପାର ହେବା କଷ୍ଟସାଧ୍ୟ ହୋଇପଡୁଛି । ଯୁବପିଢି ପୂର୍ବପରି କିଣୁ ନାହାଁନ୍ତି । ଗ୍ରୀଟିଙ୍ଗ ଅପେକ୍ଷା ବର୍ତ୍ତମାନ ହ୍ବାଟସ୍‌ଆପ୍‌ ମାଧ୍ୟମରେ କିଛି କ୍ଷଣ ମଧ୍ୟରେ ବାର୍ତ୍ତାର୍ ଆଦାନ ପ୍ରଦାନ ହୋଇପାରୁଛି । ପୂର୍ବରୁ ଗ୍ରୀଟିଂସ୍‌ ଦିଆନିଆରେ ଅଧିକ ସମୟ ଲାଗୁଥିଲା । ପୁଣି ପହଞ୍ଚିବା ନେଇ ଜଣାମଧ୍ୟ ପଡୁନଥିଲା । ବର୍ତ୍ତମାନ ଡିଜିଟାଲ୍‌ ଇଣ୍ତିଆରେ ଏ ସବୁ କିଛି କ୍ଷଣ ମଧ୍ୟରେ ସମ୍ଭବ ହୋଇ ପାରୁଛି ବୋଲି ବୁଦ୍ଧିଜୀବୀମାନେ ପ୍ରକାଶ କରିଛନ୍ତି । ତେବେ ବୟସ ବଦଳି ଯାଉଥିବା ବେଳେ ସମୟ ମଧ୍ୟ ଗଡି ଚାଲୁଛି । ତେବେ କେଉଁ ଘଟଣା ଘଟୁଛି ତାହା ମଧ୍ୟ ଜଣାପଡୁ ନାହିଁ । ଧୀରେ ଧୀରେ ଲୁପ୍ତ ହେବାକୁ ଯାଉଛି ପୁରଣା କଥା ।

jay balangir
Leave A Reply

Your email address will not be published.

1 × 4 =

error: Content is protected !!