ଗୋପବନ୍ଧୁ ପାଠାଗାରର ନୂତନ ପ୍ରେକ୍ଷାଳୟ ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ଗୋପବନ୍ଧୁ ପାଠାଗାରର ନୂତନ ପ୍ରେକ୍ଷାଳୟର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲିପ ରାୟଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଅଛି । ଏହି ପ୍ରେକ୍ଷାଳୟ ପାଇଁ ଶ୍ରୀ ରାୟ ୧୦ ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦେଇଥିଲେ । ଅନ୍ୟ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗ ଫଳରେ ଏହା ସଂପୂର୍ଣ୍ଣ ହୋଇ ପାରିଥିବା ଓ ଏହା ଦ୍ୱାରା ଅଂଚଳବାସୀଙ୍କ ଆବଶ୍ୟକତା ପୂରଣ ହୋଇପାରିବ ବୋଲି ମତ ପ୍ରକାଶ ପାଇଛି । ତେବେ ଭବିଷ୍ୟତରେ କିଛି ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ପୂରଣ କରିବା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଶ୍ରୀ ରାୟ ପ୍ରତିଶ୍ରୁତି ଦେଇଥିଲେ । ପାଠାଗାରର ସଭାପତି ନବଘନ ସାହୁଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ହରିହର ଶତପଥୀଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗିରିଜା ଶଙ୍କର ଗୋସ୍ୱାମୀ, ଲକ୍ଷ୍ମଣନାଥ ଦାସ, ବିଭୁତି ଭୂଷଣ ଦାସ, ମିହିର ରାୟ, ରାଜୀବ ପାଣି, ପ୍ରତାପ କୁମାର ରାୟ, ଅତୁଲ୍ୟ କୁମାର ମହାକୁଡ, କୁଞ୍ଜବିହାରୀ ସାହୁ, ଅଜୟ ମହାନ୍ତି, ଆରଏନ୍‌ ସ୍ୱାଇଁ, ଆର.ଏନ୍‌.ସୁଅର, ହରିଶ ଚନ୍ଦ୍ର ଭୂମିଜ, ନିରଦ ଭୂଷଣ ପଟ୍ଟନାୟକ, ରାଜକୁମାର ମହାନ୍ତି, ଡ ପି.ସି. ମହାପାତ୍ର, ଡ ଜି.ଏନ୍.ସାହୁ, ଡ ଆର.ସି.ମେହେର, ହରିହର ନାୟକ, ହରିହର ରାଉତରାୟ, ସୁମନ ଦତ୍ତ, ରମେଶ ବଳ ପ୍ରମୁଖଙ୍କ ସମେତ ଶତାଧିକ ପାଠାଗାର ସଦସ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.