୮୧ କେଜି ଗଞ୍ଜେଇ ଜବତ : ଅଟୋ ଡ୍ରାଇଭର୍‌ ଗିରଫ

କୋରାପୁଟ : ୮ ଲକ୍ଷ ଟଙ୍କାର ଗଞ୍ଜେଇ ବୋଝେଇ ଅଟୋ ସହ ଡ୍ରାଇଭର ଗିରଫ । କୋରାପୁଟ ଜିଲ୍ଲା ପାଡୁଆ ଡାକବଙ୍ଗଳା ନିକଟରୁ ଏହି ଗଞ୍ଜେଇ ଜବତ ହୋଇଛି । ଏହା ସହ ଅଟୋ ଡ୍ରାଇଭର୍‌କୁ ପୋଲିସ ଗିରଫ କରିଛି । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୮ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଖବର ପାଇ ପାଡ଼ୁଆ ପୋଲିସ ଡାକବଙ୍ଗଳା ନିକଟରେ ନାକାବନ୍ଦୀ କରି ଜଗିରହିଥିଲା । ଏହି ସମୟରେ ଏକ ଅଟୋକୁ ଅଟକାଇବାରୁ ସେ ବ୍ୟାରିକେଡ୍‌ ଭାଙ୍ଗି ଚମ୍ପଟ ମାରିବା ପାଇଁ ଉଦ୍ୟମ କରୁଥିଲା । ପୋଲିସ ଗାଡିକୁ ପିଛା କରି ଗାଡିକୁ ଅଟକାଇବାରେ ସକ୍ଷମ ହୋଇ ଅଟୋ ଯାଞ୍ଚ କରିଥିଲା । ଅଟୋକୁ ଯାଞ୍ଚ କରିବାରୁ ୪ଟି ବସ୍ତାରେ ୮୧ କେଜି ଗଞ୍ଜେଇ ବାହାରିଥିଲା । ଯାହାର ଆନୁମାନିକ ମୂଲ୍ୟ ୮ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ଏହି ଗଞ୍ଜେଇ ଜିଲାପୁଟରୁ ଆନ୍ଧ୍ରକୁ ଚୋରା ଚାଲାଣ ହେଉଥିଲା । ଗିରଫ ବ୍ୟକ୍ତି ଜଣକ ପାଡୁଆ ଥାନ ଅନ୍ତର୍ଗତ ତାଇଁତର ଗ୍ରାମର ଧୋବା ଖୋଲ । ଉକ୍ତ ମାମଲା ରୁଜୁ କରି କୋର୍ଟ ଚାଲାଣ କଲା ପାଡୁଆ ପୋଲିସ ।

Leave A Reply

Your email address will not be published.