ହିଞ୍ଜିଳିକାଟୁ ପୌରପାଳିକାସ୍ଥ ୧୧ ନଂ ୱାର୍ଡର ଥାନା ସାହି ମିନି-କଣ୍ଟେନମେଣ୍ଟ ଜୋନ ଭାବେ ଘୋଷିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କୋରନାର ଦ୍ୱିତୀୟ ଲହରୀରେ ସଂକ୍ରମଣ ଅହେତୁକ ଭାବେ ଵୃଦ୍ଧିପାଉଥିବା ବେଳେ ଗଞ୍ଜାମ ଜିଲ୍ଲାକୁ ଧୀରେ ଧୀରେ ପ୍ରବାସୀ ଓଡ଼ିଆଙ୍କ ଘର ବାହୁଡା ମଧ୍ୟ ସୁଅ ଛୁଟିବାରେ ଲାଗିଛି । ଫଳରେ ଜିଲ୍ଲାରେ କୋରନା ପୋଜିଟିଭ ନମୁନା ମଧ୍ୟ ବୃଦ୍ଧି ପରିଲିଖିତ ହୋଇଛି । କରୋନା ସଂକ୍ରମଣ ସ୍ଥିତିକୁ ନିୟନ୍ତ୍ରଣ କରିବା ଦୃଷ୍ଟିରୁ ଗଞ୍ଜାମ ଜିଲ୍ଲାର ମୁଖ୍ୟମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁ ସହର (ପୌରପାଳିକା ଅଞ୍ଚଳର) ର ନେହେରୁ ମାର୍ଗର ୧୧ନଂ ୱାର୍ଡ ଅନ୍ତର୍ଗତ(କେଉଁଟ ସାହି ଓ ଥାନା ସାହି)କୁ ଗଞ୍ଜାମଜିଲ୍ଲା ପ୍ରଶାସନ ମିନି-କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି । ସମସ୍ତ ଜନସାଧାରଣଙ୍କୁ ପ୍ରଶାସନ ତରଫରୁ ବିନମ୍ର ଅନୁରୋଧ କରଯାଇଛି ଯେ, ଘରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ’ ।

Leave A Reply

Your email address will not be published.