ଟିଟିଲାଗଡ଼ରେ ମହା ଆଡ଼ମ୍ବରରେ ପାଳନ ହେଲା ଘୋଷଯାତ୍ରା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁ ଓ ଶ୍ରୀ ଶ୍ରୀ ଧବଳେଶ୍ୱର ଟ୍ରଷ୍ଟ ପକ୍ଷରୁ ଚଳିତ ବର୍ଷ ଘୋଷଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମନ୍ଦିରରୁ ତିନି ଠାକୁରଙ୍କୁ ପହଣ୍ଡି ବିଜେ କରି ରଥ ଉପରକୁ ଆଣିଥିଲେ ସେବାୟତ । ତିନି ଠାକୁର ବିରାଜମାନ ହେବା ପରେ ଆରମ୍ଭ ହୋଇଥିଲା ରଥଟଣା । ରଥ ଟାଣିବା ପାଇଁ ଭକ୍ତମାନଙ୍କ ଖୁସି କହିଲେ ନ ସରେ, ରଥଯାତ୍ରା ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ଶୃଙ୍ଖଳିତ ଭାବେ ଏହି ଘୋଷଯାତ୍ରା ସମ୍ପନ୍ନ କରିବା ପାଇଁ ବ୍ୟାପକ ପୋଲିସ ମୁତୟନ ହୋଇଥିବା ସହ ଉପଜିଲ୍ଲାପାଳ ଦୟାମୟ ପାଢୀ ନିଜେ ପହଣ୍ଡି ବିଜେ ଠାରୁ ରଥ ଟଣା ସମ୍ପୂର୍ଣ୍ଣ ଯାଏଁ ରଥ ଉପରେ ଉପସ୍ଥିତ ଥିଲେ । ସହରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ନିମନ୍ତେ ପ୍ରସାଦ ବଣ୍ଟନ କରାଯାଇଥିଲା । ମାରୱାଡ଼ି ଯୁବା ମଞ୍ଚ ପକ୍ଷରୁ ଗଜା ଓ ଦହି ଛାଞ୍ଚ, ମାରୱାଡ଼ି ଯୁବାମଞ୍ଚ ସେଣ୍ଟ୍ରାଲ ଶାଖା ତରଫରୁ ଅର୍ଣ୍ଣ ଭୋଗ ଓ ତରକାରୀ, ଦର୍ଜି ପରିବାର ପକ୍ଷରୁ କିଛି ଲୋକଙ୍କ ସ୍ମୃତିରେ ଛୁଆମାନଙ୍କ ପାଇଁ ବିସ୍କୁଟ ଓ କୁର୍‌କୁରେ, ଶେଷ ସାହୁଙ୍କ ଦ୍ୱାରା ପାନୀୟ ଜଳ ବଣ୍ଟନ କରାଯାଇଥିଲା । ଘୋଷଯାତ୍ରା ପରିଚାଳନା କମିଟିର ସଦସ୍ୟ ଏବଂ ସେବାୟତଙ୍କ ଦ୍ୱାରା ସମସ୍ତ ବ୍ୟବସ୍ଥା କରାଯାଇଥିଲା । ସେହିପରି ଏସ୍‌ଡିପିଓ ଶ୍ରୀମତୀ ଅଙ୍କିତା କୁମ୍ଭାର, ତହସିଲଦାର ଡ. ଲଳିତ ବାଗ, ଲୋକ ସମ୍ପର୍କ ଓ ସୂଚନା ଅଧିକାରୀ ରାଜେନ୍ଦ୍ର ମାଝି, ଥାନାଧିକାରୀ ମନୋଜ ପ୍ରଧାନ ଏବଂ ବହୁତ ପୋଲିସ ବଳ ଉପସ୍ଥିତ ଥିଲେ । ଜଗନ୍ନାଥ ମନ୍ଦିରଠାରୁ ରଥ ଟଣା ହୋଇ ପୁରୁଣା ବ୍ୟାଙ୍କ ଛକ ଯାଏଁ ରଥ ଗଡ଼ିଥିଲା, ସେଠାରେ ରଥ ରହିବା ପରେ ବହୁତ ଭକ୍ତ ସେଠାକୁ ଯାଇ ଦର୍ଶନ ଲାଭ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି ।

Leave A Reply

Your email address will not be published.

error: Content is protected !!