ସ୍ଥାନୀୟ ପ୍ରତିନିଧି ଓ ଗ୍ରାମବାସୀଙ୍କ ବିନା ଅନୁପସ୍ଥିତିରେ ତଦନ୍ତ କରୁଥିଲେ ରେଞ୍ଜର ଏବଂ ଆର୍‌ଆଇ : ଘେରିଲେ ଗ୍ରାମବାସୀ

  • କମ୍ପାନୀ ବେଆଇନ ଭାବେ ଜଙ୍ଗଲ ଜମିକୁ ବ୍ୟବହାର କରୁଛି : ରେଞ୍ଜର, ଆର.ଆଇ

ରାଉରକେଲା/ ଝାରସୁଗୁଡା, (ସସ୍ମିତା ପ୍ରଧାନ) : ଝାରସୁଗୁଡ଼ା ସଦର ବ୍ଲକ ଶ୍ରୀପୁରା ଗ୍ରାମ ଫଚାୟତ ଠାରେ ଥିବା ଏପସିଲନ କାର୍ବନ କମ୍ପାନୀ ବେଆଇନ ଭାବେ ଜଙ୍ଗଲ ଜମିକୁ ଦଖଲ ରଖି ବ୍ୟବହାର କରୁଥିବା ଘଟଣାରେ ଶ୍ରୀପୁରା ଗ୍ରାମବାସୀ ସୋମବାର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଗ୍ରାମବାସୀ ଏବଂ ସ୍ଥାନୀୟ ପ୍ରତିନିଧିଙ୍କ ବିନା ଅନୁପସ୍ଥିତିରେ ଝାରସୁଗୁଡା ରେଞ୍ଜର ଏବଂ ବଡ଼ମାଳ ଆରଆଇ ଜଙ୍ଗଲ ଜମିର ତଦନ୍ତ କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଗ୍ରାମବାସୀ ଉଭୟ ଅଧିକାରୀଙ୍କୁ ଘେରିଥିଲେ । ଶ୍ରୀପୁରା ଗ୍ରାମବାସୀଙ୍କ ସୂଚନା ଅନୁସାରେ ଗତକାଲି ଗ୍ରାମର ଶତାଧିକ ଜନସାଧାରଣ ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଏପିଶୀଳନ କମ୍ପାନୀ ବିରୋଧରେ ଜିଲ୍ଲା ପ୍ରଶାସନ ତଦନ୍ତ ପ୍ରକ୍ରିୟା ଡେରି କରୁଥିବା ବେଳେ ଡିଏଫ୍‌ଓ ଏବଂ ତହସିଲଦାରଙ୍କ ବିରୋଧରେ ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଉକ୍ତ ଜଙ୍ଗଲ ଜମିରେ ଗ୍ରାମବାସୀ ଗ୍ରାମସଭା କରି ସାରିଥିବା ସହିତ ବୃକ୍ଷରୋପଣ କରି ଜନ ମଙ୍ଗଳ କାର୍ଯ୍ୟରେ ଉକ୍ତ ଜଙ୍ଗଲ ଜମିକୁ ବ୍ୟବହାର କରିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଠିକ ଏହି ସମୟ ଅର୍ଥାତ ସୋମବାର ପୂର୍ବାହ୍ନ ୧୧ଟାରେ ଝାରସୁଗୁଡା ରେଞ୍ଜର ବିଜୟ ପ୍ରଧାନ ଏବଂ ଆର୍‌ଆଇ ଶ୍ରୀକାନ୍ତ ପ୍ରଧାନ ଗ୍ରାମବାସୀ ଏବଂ ସ୍ଥାନୀୟ ପ୍ରତିନିଧିଙ୍କ ଅନୁପସ୍ଥିତିରେ କମ୍ପାନୀ ବ୍ୟବହାର କରୁଥିବା ବେଆଇନ ଜଙ୍ଗଲ ଜମି ବିଷୟରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ବେଳେ ଗ୍ରାମବାସୀ ଖବର ପାଇଁ ଘଟଣାସ୍ଥଳକୁ ପହଂଚି ରେଞ୍ଜର ଶ୍ରୀ ପ୍ରଧାନ ଓ ଆର୍‌ଆଇ ଶ୍ରୀ ପ୍ରଧାନଙ୍କୁ ଗ୍ରାମବାସୀ ତଥା କୌଣସି ସ୍ଥାନୀୟ ପ୍ରତନିଧି ନ ଥାଇ କାହିଁକି ତଦନ୍ତ କରୁଛ ବୋଲି ପ୍ରଶ୍ନ କରିଥିଲେ । କିନ୍ତୁ ରେଞ୍ଜର ଶ୍ରୀ ପ୍ରଧାନ ଓ ଆର୍‌ଆଇ ଶ୍ରୀ ପ୍ରଧାନ ଉପସ୍ଥିତ ଗ୍ରାମବାସୀଙ୍କୁ କହିଥିଲେ ଯେ, ଯାହା ବି ତଦନ୍ତ କରାଯିବ ତାହା ସତ୍ୟ ଘଟଣା ଉପରେ କରାଯିବ ଏବଂ ଗ୍ରାମବାସୀ ଓ ସ୍ଥାନୀୟ ପ୍ରତିନିଧିଙ୍କ ଉପସ୍ଥିତିରେ କରାଯିବ ବୋଲି ସ୍ୱାନ୍ତ୍ୱନା ଦେଇଥିଲେ । ଏହା ସହିତ ଘଟଣା ସ୍ଥଳରେ କମ୍ପାନୀ ଉକ୍ତ ସ୍ଥାନକୁ ବେଆଇନ ଭାବରେ ବ୍ୟବହାର କରୁଥିବା ନେଇ କିଛି ସମୟ ରହି ତଦନ୍ତ ମଧ୍ୟ କରିଥିଲେ । ରେଞ୍ଜର ବିଜୟ ପ୍ରଧାନ ଓ ଆର ଆଇ ଶ୍ରୀକାନ୍ତ ପ୍ରଧାନଙ୍କୁ ପଚାରିବାରୁ ଦୁଇ ଜଣ କହିଛନ୍ତି ଯେ, ଆମେ କମ୍ପାନୀ ବ୍ୟବହାର କରୁଥିବା ବେଆଇନ ଜଙ୍ଗଲ ଜମିକୁ ତଦନ୍ତ କରିବା ପାଇଁ ଯାଇଥିଲୁ । ଉକ୍ତ ସ୍ଥାନରେ ଦେଖିବାକୁ ପାଇଲୁ ଯେ, କମ୍ପାନୀ ଉକ୍ତ ଜଙ୍ଗଲ ଜମିରେ କମ୍ପାନୀ ବାଲି ଗୋଡି ତଥା କମ୍ପାନୀର କିଛି ବର୍ଜ୍ୟବସ୍ତୁ ପକାଇ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ କରି ପାର୍କିଂ ଏରିଆ ଭାବରେ ଜମିକୁ ବ୍ୟବହାର କରୁଛି । ଏନେଇ କମ୍ପାନୀ ପାଖରେ କୌଣସି ଅନୁମତି ନ ଥିବା ବେଳେ ଏହା ସମ୍ପୂର୍ଣ୍ଣ ବେଆଇନ ବୋଲି କହିବା ସହିତ ଏହାର ଯୁଗ୍ମ ତଦନ୍ତ କରି ଉପରିସ୍ଥ ଅଧିକାରୀଙ୍କ ନିକଟରେ ରିପୋର୍ଟ ପ୍ରଦାନ କରିବୁ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.