oom

ଷ୍ଟ୍ରିଟ ଲାଇଟ୍‌ ବ୍ୟବସ୍ଥା ଦାବୀରେ ଏନ୍‌ଏସି ଘେରାଓ

jsmm

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ ବିଜ୍ଞାପିତ ଅଞ୍ଚଳ ପରିଷଦର ୱାଡର଼୍ ନଂ ୧ ଭାଟିଶାଳପଡ଼ାବାସୀଙ୍କ ପାଇଁ ଷ୍ଟ୍ରିଟ ଲାଇଟ୍ ବ୍ୟବସ୍ଥା ଦାବୀରେ ଆଜି ଜନମଞ୍ଚ ସିଭିଲ ସୋସାଇଟିର ସଭାପତି ଡିଙ୍ଗର କୁମ୍ଭାରଙ୍କ ନେତୃତ୍ୱରେ ଆଜି ସଂନ୍ଧ୍ୟା ୫ ଘଣ୍ଟା ସମୟରେ ଶତାଧିକ ମହିଳା ପୁରୁଷ ଏନ୍‌ଏସି ଘେରାଉ କରିଛନ୍‌ନ୍ତି । ଅଭିଯୋଗ ଅନୁସାରେ କିଛି ଦିନ ତଳେ ପାଟଣାଗଡ ସହରର ମୁଖ୍ୟ ରାସ୍ତାରେ ଥିବା ଅମୃତ କଳସ ଜୁଏଲାରି ଦୋକାନରେ ଦିନ ଦ୍ଵିପ୍ରହରେ ଡକାୟତ ହୋଇଥିବା ଘଟଣାକୁ ନେଇ ଲୋକେ ଭୟଭୀତ ଅବସ୍ଥାରେ ରହୁଥିବା ବେଳେ ଗତ ଦୁଇଦିନ ତଳେ ଭାଟିଶାଳପଡ଼ାରେ ଷ୍ଟ୍ରିଟ ଲାଇଟ୍ ନଥିବା ଯୋଗୁଁ ଅନ୍ଧାର ସୁଯୋଗ ନେଇ ରାତିରେ ପଡ଼ାର ଦୁଇ ଜଣଙ୍କ ଘରୁ ସୁନାରୁପା ଆବାସ ପତ୍ର ଚୋରି କରି ନେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ପଡ଼ାଟି ସହର ଶେଷ ମୁଣ୍ଡରେ ରହିଥିବା ଏବଂ ଲାଇଟ୍ ନଥିବା ଯୋଗୁଁ ଲୋକେ ଭୟଭୀତ ହୋଇପଡିଛନ୍ତି । ଏନେଇ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରି ଆସୁଥୁଲେ ମଧ୍ୟ କୌଣସି ସୁଫଳ ମିଳି ନଥିବାରୁ ପଡାବାସୀ ଆଜି ଏନ୍‌ଏସି ଘେରାଓ କରିଥିଲେ । ଲାଇନ୍ ଲଗାଇବାର ବ୍ୟବସ୍ଥା କରାଯିବାର ପ୍ରତିଶୃତି ପାଇଲା ପରେ ଧାରଣାରୁ ଓହରିଥିଲେ । ଏହାପରେ ପଡାବାସୀ ପାଟଣାଗଡ଼ ଥାନାକୁ ଯାଇ ପଡାରେ ପୁଲିସ ପେଟ୍ରୋଲିଂ ବ୍ୟବସ୍ଥା କରିବା ସହ ଛକ ଓ ରାସ୍ତାକଡରେ ପୁଲିସ ମୁତୟନ କରିବାକୁ ଥାନାରେ ଲିଖିତ ଅଭିଯୋଗ କରିଥିବା ଶ୍ରୀ କୁମ୍ଭାରଙ୍କଠାରୁ ଜଣାପଡିଛି ।

jittmm
Leave A Reply

Your email address will not be published.