ଆସନ୍ତା ୩ ଫେବୃଆରୀରେ ବାଲେଶ୍ୱର ଗସ୍ତରେ ଆସିବେ ମହାମହିମ ରାଷ୍ଟ୍ରପତି

  • ଫକୀର ମୋହନ ବିଶ୍ୱବିଦ୍ୟାଳୟର କାର୍ଯ୍ୟକ୍ରମରେ ଯୋଗଦେବେ

ବାଲେଶ୍ୱର : ମହାମହିମ ରାଷ୍ଟ୍ରପତିଙ୍କ ବାଲେଶ୍ୱର ଗସ୍ତ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଫେବୃଆରୀ ୩ ତାରିଖରେ ମହାମହିମ ରାଷ୍ଟ୍ରପତି ମହୋଦୟ।ଙ୍କ ଫକୀର ମୋହନ ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ରମରେ ଯୋଗଦାନ ପୂର୍ବରୁ ଆଜି ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ, ଅତିରିକ୍ତ ଜିଲ୍ଲାପାଳ ହେମନ୍ତ ସିଂ, ଉପଜିଲ୍ଲାପାଳ ଶିବ ମାଲବ୍ୟଙ୍କ ସମେତ ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀ, ବରିଷ୍ଠ ପୋଲିସ ଅଧିକାରୀ, ଫକୀର ମୋହନ ବିଶ୍ୱବିଦ୍ୟାଳୟର ଉପକୁଳପତି ସନ୍ତୋଷ ତ୍ରିପାଠୀ, ରେଜିଷ୍ଟ୍ରାର ଏବଂ ସମସ୍ତ ସମ୍ପୃକ୍ତ ଲାଇନ୍‌ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ବୈଠକରେ ମହାମହିମ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥା, ପ୍ରୋଟୋକଲ, ଯାତାୟାତ ବ୍ୟବସ୍ଥା, ଆୟୋଜନ ସ୍ଥଳର ପ୍ରସ୍ତୁତି ଏବଂ ବିଭାଗୀୟ ସମନ୍ୱୟ ସମ୍ପର୍କରେ ସମୀକ୍ଷା କରାଯାଇଥିଲା । ଜିଲ୍ଲାପାଳ ସମସ୍ତ ସମ୍ପୃକ୍ତ ବିଭାଗକୁ ପରସ୍ପର ସମନ୍ୱୟରେ କାର୍ଯ୍ୟ କରି ନିର୍ଦ୍ଧାରିତ ପ୍ରୋଟୋକଲ ଅନୁଯାୟୀ ସମସ୍ତ ପ୍ରସ୍ତୁତି ସମୟ ମଧ୍ୟରେ ସମ୍ପନ୍ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.