ଦିନିକିଆ ଗ୍ରସ୍ତରେ ରାଜ୍ୟ ସ୍ୱାସ୍ଥ୍ୟ ସଚିବ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲାକୁ ଦିନିକିଆ ଗସ୍ତରେ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ । ଖଡ଼ିଆଳ ଏଭାଞ୍ଜେଲିକାଲ ମିଶନ ହସ୍ପିଟାଲ ପରିଦର୍ଶନ କରିବା ସହ ଏହି ବେସରକାରୀ ହସ୍ପିଟାଲରେ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ ହେଉଥିବାରୁ ସେ ଏହା ସମୀକ୍ଷା କରିଥିଲେ । ଶ୍ରୀମତୀ ପଣ୍ଡିତ ବିଭିନ୍ନ ୱାର୍ଡ ବୁଲିବା ସହ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିଥିଲେ ଓ ସେମାନଙ୍କ ସହ ମିଳୁଥିବା ସେବା ଉପରେ ଆଲୋଚନା କରିଥିଲେ । ଆଗକୁ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ଏବଂ ତାଙ୍କ ସହିତ ନୂଆପଡ଼ା ସିଡିଏମ୍‌ଓଙ୍କ ସମେତ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଅଧିକାରୀ ହସପିଟାଲ ପରିଦର୍ଶନ କରିଥିଲେ ଏବଂ ଏହି ହସ୍ପିଟାଲରେ ସବୁ ପ୍ରକାର ରୋଗର ଚିକିତ୍ସା ପାଇଁ ସୁବିଧା ରହିଥିବା କଥା କହିଛନ୍ତି । ତେଣୁ ରୋଗୀମାନେ ଦୂର ଡାକ୍ତରଖାନା ନଯାଇ ଏହି ଡାକ୍ତରଖାନାରେ ଚିକିତ୍ସିତ ହେବାକୁ ମିଶନ ହସ୍ପିଟାଲ ନିର୍ଦ୍ଦେଶିକା ନିବେଦିତା ପରାମର୍ଶ ଦେଇଥିଲେ ।

jittmm
Leave A Reply

Your email address will not be published.