ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ଅଞ୍ଚଳ ଏକ ମାଓ ପ୍ରବଣ ଅଞ୍ଚଳ ଅଟେ । ଗତକାଲି ଜିଲ୍ଲାପାଳ ଅଚାନକ ତୁରେକେଲା ଡାକ୍ତରଖାନାକୁ ଗସ୍ତ କରି କିପରି ଭାବେ ଡାକ୍ତରମାନେ ରୋଗୀମାନଙ୍କୁ ଚିକିତ୍ସା କରୁଛନ୍ତି ଓ ଔଷଧ ବଣ୍ଟନର ବ୍ୟବସ୍ଥା କରାଯାଉଛି ତାହା ଟିକିନିଖି ଭାବେ ତଦନ୍ତ କରିଥିଲେ । ଏହାପରେ ଆଦର୍ଶ ବିଦ୍ୟାଳୟ ଝରଣୀକୁ ଯାଇ ପାଣିର ସୁବିଧା ରହିଛି କି ନାହିଁ ତାହା ତଦନ୍ତ କରି ଅଞ୍ଚଳର ବିକାଶ ହେଉଛି କି ନାହଁ ତାହା ମଧ୍ୟ ଟିକିନିଖି ଭାବେ ତଦନ୍ତ କରିଥିବା ନେଇ ଜନସାଧାରଣ ପ୍ରକାଶ କରିଛନ୍ତି ।