om academy

ଗାଁ ଗାଁରେ ଲୋକଙ୍କୁ ଜ୍ଵର, ଘାରୁଛି କୋଭିଡ଼ ଭୟ : ଡାକ୍ତରଖାନାରେ ଭର୍ତ୍ତି କଲେ ସମାଜସେବୀ

jsm

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରେ କରୋନା ସ୍ଥିତି ଜଟିଳ ହୋଇଛି । ଦିନକୁ ଦିନ କରୋନା ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଉଛି । ପ୍ରଶାସନ ପକ୍ଷରୁ ସଚେତନତା କରାଯାଉଥିଲେ ମଧ୍ୟ ଲୋକେ ସଚେତନତା ନୁହନ୍ତି । ଅନ୍ୟପଟେ ନିଜ ପେଟପାଟଣା ପାଇଁ ବାହାର ରାଜ୍ୟକୁ ଦାଦନ ଖଟି ଯାଉଥିବା ଦାଦନ ଶ୍ରମିକ ମାନେ ଏବେ ଗାଁ ମୁହାଁ ହେଉଛନ୍ତି । ଅନେକ ଦାଦନ ଶ୍ରମିକ ମାନେ ନିଜ ଭିଟାମାଟିକୁ ଫେରୁଥିବା ବେଳେ ବ୍ଲକରେ ସଂକ୍ରମଣ ବ୍ୟାପୁଥିବା ଆଶଙ୍କା ପ୍ରକାଶ ପାଇଛି । ତେବେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏବେ ଗାଁ ଗାଁରେ କାଶ, ଜ୍ଵର ହେଉଥିବା ଦେଖିବାକୁ ମିଳିଛି । ଲୋକେ ଭୟରେ କୋଭିଡ଼ ପରୀକ୍ଷା କରିବା ପାଇଁ ମଧ୍ୟ ଭୟଭୀତ ଅବସ୍ଥାରେ ରହୁଛନ୍ତି । ଅନ୍ୟପକ୍ଷରେ ଗ୍ରାମାଞ୍ଚଳରେ ସଚେତନତା ଅଭାବ ମଧ୍ୟ ରହିଥିବା ଯୋଗୁଁ ବ୍ଳକରେ ସଂକ୍ରମଣ ଙ୍କ ସଂଖ୍ୟା ବୃଦ୍ଧି ପାଉଛି । ସଂକ୍ରମିତ ହେଲେ ଗତ ବର୍ଷ ଭଳି ସରକାରଙ୍କ ପକ୍ଷରୁ କୌଣସି ସରକାରୀ ସଙ୍ଗରୋଧ ବ୍ୟବସ୍ଥା ନାହିଁ । ବର୍ତ୍ତମାନ ସମୟରେ ଗୋଟିଏ ପୋଖରୀରେ ରୁଣ୍ଢ ହୋଇ ଲୋକେ ଗାଧେଇ ଥିବା ମଧ୍ୟ ଦେଖିବାକୁ ମିଳୁଛି । ଅନ୍ୟ ପଟେ କରୋନା ଭୟରେ କାହାକୁ ଟିକେ ମଧ୍ୟ ଜ୍ଵର ହୁଏ, ସେହି ବ୍ୟକ୍ତିଙ୍କ ସାଙ୍ଗରେ କଥା ହେବା ପାଇଁ ଭୟ କରୁଛନ୍ତି । ହେଲେ ଏଭଳି କରୋନା ମହାମାରୀ ସମୟରେ ସଇଁନ୍ତଲା ବ୍ଳକ କଅଁସର ପଞ୍ଚାୟତ ଭୁସ୍କିମାଲ ଗ୍ରାମର ଧର୍ମୁ ସାହୁଙ୍କୁ ଗତ କିଛି ଦିନ ହେଲାଣି ଜ୍ଵର ହୋଇଛି । ତାଙ୍କର କେହି ନ ଥିବା ବେଳେ ଚିକିତ୍ସା ପାଇଁ ଡାକ୍ତରଖାନାକୁ ଯାଇ ପାରୁନ ଥିଲେ । କିନ୍ତୁ ଏହି କରୋନା ମହାମାରୀ ସମୟରେ ନିଜ ସମ୍ପର୍କୀୟ ହୋଇନ ଥିଲେ ମଧ୍ୟ ଯୁବ ସମାଜସେବୀ ଚିତ ରଞ୍ଜନ ସାହୁ ଆଗେଇ ଆସି ଗତକାଲି ସନ୍ଧ୍ୟାରେ ସେହି ବ୍ୟକ୍ତିଙ୍କୁ ସଇଁନ୍ତଲା ଡାକ୍ତରଖାନାରେ ଭର୍ତ୍ତି କରାଇ ଚିକିତ୍ସା ମଧ୍ୟ କରାଇ ଥିଲେ । ଅନ୍ୟପଟେ ପ୍ରଶାସନ ପକ୍ଷରୁ ସଚେତନତା କରାଯାଇ ଥିଲେ ମଧ୍ୟ ଅମାନିଆ ମାନେ ପ୍ରଶାସନର କଥା ଶୁଣିବା ପାଇଁ ନାରାଜ । ବର୍ତ୍ତମାନ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଲକଡାଉନ ମଧ୍ୟ ଘୋଷଣା କରାଯାଇଛି । ହେଲେ ଲୋକେ କିଛି କାମ ନ ଥିଲେ ମଧ୍ୟ କିଛି ନା କିଛି ବାହାନା କରି ପୁଲିସ ପ୍ରଶାସନ କୁ ମିଛ କହି ଖସି ଯାଉଛନ୍ତି । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅମାନିଆଙ୍କ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନେବାର ମଧ୍ୟ ଆବଶ୍ୟକତା ରହିଛି ।

Leave A Reply

Your email address will not be published.