jayashree

ଆମଝରି ଗ୍ରାମର ୧୬ ଏକର ଜଙ୍ଗଲ ଜମିରୁ ଗଞ୍ଜେଇ ଗଛ ନଷ୍ଟ କଲା ବୌଦ୍ଧ ପୋଲିସ

ବୌଦ୍ଧ, (ସଞ୍ଜୟ କୁମାର ନନ୍ଦ) : ବୌଦ୍ଧ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାଇ ମିନାଙ୍କ ନିର୍ଦ୍ଦେଶ କ୍ରମେ ବୌଦ୍ଧ ଆଦର୍ଶ ଥାନା ଆଇଆଇସି ମାଧବାନନ୍ଦ ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବେଆଇନ ଗଞ୍ଜେଇ ଚାଷ ଉପରେ ଚଢ଼ାଉ ଜାରି ରହିଛି । ଏହି କ୍ରମରେ ଆଜି ବୌଦ୍ଧ ଥାନା ବଘୀଆପଡା ଫାଣ୍ଡି ଅନ୍ତର୍ଗତ ଆମ୍ବଝରି ଗ୍ରାମ ପଞ୍ଚାୟତର ଆମଝରି ଗ୍ରାମ ନିକଟ ଜଙ୍ଗଲରେ ଅଚାନକ ଚଢ଼ାଉ କରାଯାଇଥିଲା । ପ୍ରାୟ ୧୬ ଏକର ଜଙ୍ଗଲ ଜମିରେ ହୋଇଥିବା ଗଞ୍ଜେଇ ଚାଷକୁ କାଟିବା ଶହ ପୋଡିଦେଇ ନଷ୍ଟ କରିଦେଇଥିବା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ସୂଚନା ମିଳିଛି ।

Leave A Reply

Your email address will not be published.