
ବୌଦ୍ଧ, (କେପିଏନ୍ଏସ୍) : ଗଂଜେଇ ଚାଲାଣ ବେଳେ ବୌଦ୍ଧ ପୋଲିସ ଦ୍ୱାରା ଜଣେ ଅଭଯୁକ୍ତ ଗିରଫ ହେବା ସହ ୩୬ କେଜି ଗଂଜେଇ ଓ ଏକ ବାଇକ ଜବତ କରିଥିବା ଜଣାପଡ଼ିଛି । ମିଳିଥିବା ସୁଚନା ମୁତାବକ ବଘିଆପଡ଼ା ଅଞ୍ଚଳରୁ ଜହ୍ନାପଙ୍କ ଆଡକୁ ଏକ ମଟରସାଇକେଲରେ ଗଂଜେଇ ଚାଲାଣ ହେଉଥିବା ବୌଦ୍ଧ ପୋଲିସ ବିଶେଷ ସୁତ୍ରରୁ ଖବର ପାଇଥିଲେ । ପୋଲିସ ପକ୍ଷରୁ ଉକ୍ତ ରାସ୍ତାରେ ଆସୁଥିବା ଏକ ବାଇକ ଚାଳକକୁ ସନ୍ଦେହରେ ଅଟକାଇ ଯାଞ୍ଚ କରିଥିଲେ । ବାଇକ ଚାଳକ ପାଖରୁ ଦୁଇଗୋଟି ଜରି ବ୍ୟାଗରେ ଥିବା ୩୬ କେଜି ଗଂଜେଇ ଜବତ କରିବା ସହ ଏକ ମଟର ସାଇକେଲ ମଧ୍ୟ ଜବତ କରିଥିଲେ । ଅଭିଯୁକ୍ତ ଜଣକ ହେଲେ ବୌଦ୍ଧ ଥାନା ଅର୍ନ୍ତଗତ ଇଛାପୁର ଗ୍ରାମର ନୀଳମାଧବ ଓରଫ ଅର୍ଜୁନ ସାହୁ (୪୬) ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ ବୌଦ୍ଧ ଥାନାରେ ଏକ ମାମଲା ୨୬୦/୨୨ ରେ ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି ।