om academy

ସୁବର୍ଣ୍ଣପୁରରେ ସ୍ୱଭାବ କବି ଗଂଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ଉତ୍ସବ ଅନୁଷ୍ଠିତ

jsm

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସ୍ୱଭାବ କବି ଗଂଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ଉତ୍ସବ ସୁବର୍ଣ୍ଣପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସାହିତ୍ୟ – ସଂସ୍କୃତି ଅନୁଷ୍ଠାନ ମହାନଦୀ ସାହିତ୍ୟ ସଂସଦ ଓ ଜିଲ୍ଲା ସଂସ୍କୃତି ପରିଷଦ ଦ୍ୱାରା ଆୟୋଜିତ ମେହେର ଜୟନ୍ତୀରେ ସ୍ୱଭାବ କବି ଗଂଗାଧରଙ୍କ ସାରସ୍ୱତ ସାଧନା ସହ ସମଗ୍ର ସୃଜନରେ ଥିବା ପ୍ରକୃତି ପ୍ରେମ ଓ ସାଂଗୀତିକତା ଉପରେ ଆଲୋଚନା ହୋଇଥିଲା । ମହାନଦୀ ସାହିତ୍ୟ ସଂସଦର ମୁଖ୍ୟ ନାଟ୍ୟଶ୍ରୀ ଗଦାଧର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାରସ୍ୱତ ସମାରୋହରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସୀତାରାମ ଶତପଥୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଓଡିଆ ଭାଷା ସାହିତ୍ୟକୁ ସମୃଦ୍ଧ କରିବାରେ କବି ଗଂଗାଧରଙ୍କ ଅବଦାନ ଅବିସ୍ମରଣୀୟ ବୋଲି ମତବ୍ୟକ୍ତ କରିଥିଲେ । କବି ଡ.ମନୋଜ କୁମାର ପଣ୍ଡା ମୁଖ୍ୟବକ୍ତା, ସାହିତ୍ୟିକ ଡ.ଅଖିଳ ବିଶ୍ୱାଲ ସମ୍ମାନିତ ବକ୍ତା, ଡ. ପୁରୁଷୋତ୍ତମ ମିଶ୍ର, ଡ. ସୌରଭ ରଂଜନ ଖମାରୀ , ଡ.ଦେବାଶିଷ ପାଣ୍ଡିଆ ପ୍ରମୁଖ ଆଲୋଚକ ଭାବେ ଯୋଗଦେଇ ମେହେର ସାହିତ୍ୟର ବିଭିନ୍ନ ବିଭବ ଓ ଦିଗ ଉପରେ ବିଶଦ ଆଲୋଚନା କରିଥିଲେ । ଏହି ଅବସରରେ କବି ଆର୍ତ୍ତତ୍ରାଣ ବାବୁଙ୍କ ରଚିତ ଓ ମହାନଦୀ ସାହିତ୍ୟ ସଂସଦ ଦ୍ୱାରା ପ୍ରକାଶିତ “ଋଷି ଗଂଗାଧର” ପୁସ୍ତକ ଅତିଥିମାନଙ୍କ ଦ୍ୱାରା ଲୋକାର୍ପଣ କରାଯାଇଥିଲା । ଏହି ଜୟନ୍ତୀ ସଭାରେ କବି, ସାହିତ୍ୟିକ ଓ ବୁଦ୍ଧିଜୀବୀ ଉପସ୍ଥିତ ରହି କାଳଜୟୀ କବି ଗଂଗାଧରଙ୍କୁ ଶ୍ରଦ୍ଧାଞଳି ଦେଇଥିଲେ ।

Leave A Reply

Your email address will not be published.