ppurohit

ଗଣଦୌଡ଼ ମାଧ୍ୟମରେ ଜିଲ୍ଲାସ୍ତରୀୟ ଏଡ୍‌ସ ସଚେତନତା କାର୍ଯ୍ୟକ୍ରମର ଆୟୋଜନ

2nd

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଏଡ୍ସ ନିୟନ୍ତ୍ରଣ ସମିତି ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଆନୁକୂଲ୍ୟରେ ଏମ୍ .କେ. ସି .ଜି ପରିସରରୁ ନୁଆ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ଗଣ ଦୌଡ଼ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ଗଂଜାମ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ ସୁଶାନ୍ତ କୁମାର ନାୟକ ଉଦଘାଟନ କରିଥିବା ବେଳେ ଗଂଜାମ ଜିଲ୍ଲା ଏଚ ଆଇ ଭି/ଟିବି ନୋଡାଲ ଅଧିକାରୀ ଡ଼ ଅବନୀ ପାତ୍ର ସମ୍ମାନିତ ଅତିଥି, ଗଂଜାମ ଜିଲ୍ଲା ୱାଇଆର୍‌ସି ସଂଯୋଜକ ଡ଼ ଜଗଦୀଶ ପାତ୍ର (ଡିପିଏମ୍‌)ରାଜେନ୍ଦ୍ର ମହାରଣା, ଡ଼ ସନ୍ତୋଷ କୁମାର ରାଜୁ (ସିଏସ୍‌ଓ) ମଞ୍ଚାସିନ ରହି ଯୁବ ପିଢ଼ି କିଭଳି ଭାବେ ଏଚ ଆଇ ଭି ସମ୍ପର୍କରେ ସଚେତନତା ହୋଇପାରିବେ ସେ ଦିଗରେ ସବୁ ସ୍ତରରେ ସଚେତନତା କରି ଗଂଜାମ ଜିଲ୍ଲାକୁ ଏଡ୍ସ ମୁକ୍ତ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି ମାରାଥନ କାର୍ଯ୍ୟକ୍ରମରେ ବିଭିନ୍ନ କଲେଜର ଛାତ୍ରଛାତ୍ରୀ ଯୋଗ ଦେଇ ମାରାଥନ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଉକ୍ତ ପ୍ରତିଯୋଗିତାରେ ଛାତ୍ର ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଜଗନ୍ନାଥ ମୁଦୁଲି, ଦ୍ୱିତୀୟ ସ୍ଥାନରେ ସୌମ୍ୟ ରଞ୍ଜନ ନାୟକ, ତୃତୀୟ ସ୍ଥାନରେ କେ. ଚନ୍ଦନ ଆଚାରି ଏବଂ ଛାତ୍ରୀ ବର୍ଗରେ ରିତିକା ନାୟକ ପ୍ରଥମ ସ୍ଥାନ, ସଞ୍ଚିତା ଦାସ ଦ୍ୱିତୀୟ ସ୍ଥାନ ଏବଂ ଶୁଭଲକ୍ଷ୍ମୀ ଦଳାଇ ତୃତୀୟ ସ୍ଥାନ ଅଧିକାର କରି ଆର୍ଥିକ ପୁରସ୍କାର ଓ ମାନ ପତ୍ର ପାଇବା ସହିତ ରାଜ୍ୟସ୍ତରୀୟ ଏଡ୍ସ ସଚେତନତା ମାରାଥନ ପ୍ରତିଯୋଗିତାକୁ ମନୋନୀତ ହୋଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ କଲେଜର ଅଧ୍ୟାପକ, ଆଇ ସିଟିସି କାଉନ୍ସେଲର, ଏଲ୍‌ଟି, ଏସ୍‌ଏସ୍‌କେ ଏବଂ ଅରୁଣା ସଂଗଠନର କର୍ମକର୍ତ୍ତା ସହଯୋଗ କରିଥିବା ବେଳେ କାମନା ରଞ୍ଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ପୋଲିସ ଏବଂ ଟ୍ରାଫିକ ପୋଲିସ ଏବଂ ଆମ୍ବୁଲାନ୍ସ କାର୍ଯ୍ୟକ୍ରମର ଶୃଂଖଳା ରକ୍ଷା କରିବା ସହିତ ଭିଡ଼ ନିୟନ୍ତ୍ରଣ କରିଥିଲେ ।

Leave A Reply

Your email address will not be published.