ମୂନିନ୍ଦା ଛକରେ ନଅ ବସ୍ତା ଭାଙ୍ଗ ବୋଝେଇ ଗାଡି ଜବତ ସହ ଜଣେ ଗିରଫ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ମୂନିନ୍ଦା ଛକଠାରେ ପିପିଲି ଅବକାରୀ ଉପନିରୀକ୍ଷକ ରଂକନିଧି ମଲ୍ଲିକ କୌଣସି ସୁତ୍ରରୁ ଖବର ପାଇ ସଦଳ ବଳେ ଏକ ଟାଟାଏସି ଗାଡିରେ ନଅ ବସ୍ତା ଭାଙ୍ଗ ସହ ଜଣକୁ ଗିରଫ କରିଥିବା ସୂଚନା ମିଳିଛି । ଗିରଫ ଅଭିଯୁକ୍ତ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ପୋଡ଼ାଡ଼ିହ ଗ୍ରାମର ନବକିଶୋର କାଫ(୩୫)ବୋଲି ଜଣାପଡ଼ିଛି । ପୁରୀ ଜିଲ୍ଲା ଅବକାରୀ ନିରୀକ୍ଷକଙ୍କ ନିଦ୍ଦେର୍ଶ କ୍ରମେ ପିପିଲି ଉପନିରୀକ୍ଷକଙ୍କ ନେତୃତ୍ଵରେ ଏକ ଟିମ ମୂନିନ୍ଦା ଛକରେ ଛକି ରହିଥିଲେ । କଣାସ ଆଡୁ ଏକ ଧଳାରଙ୍ଗର ଟାଟାଏସି ଗାଡି ଆସିବା କଥା ଜାଣିବା ମାତ୍ରେ ଅବକାରୀ କର୍ମଚାରୀମାନେ ମୂନିନ୍ଦା ଛକରେ ଗାଡିକୁ ଅଟକାଇ ଥିଲେ । ସେଥିରୁ ନଅ ବସ୍ତା ଭାଙ୍ଗ ଜବତ କରିଥିଲେ, ଯାହା ପ୍ରାୟ ଏକ କ୍ୱିଣ୍ଟାଲ ହୋଇଥିବା ବେଳେ, ଏହାର ଆନୁମାନିକ ମୂଲ୍ୟ ୮୦ ହାଜର ହେବ ବୋଲି ସୂଚନା ମିଳିଛି । ଏନେଇ ଅବକାରୀ ବିଭାଗ ପକ୍ଷରୁ ଏନ୍‌ଡିପିଏସ୍‌ ଆକ୍ଟ ଅନୁସାରେ ୬୨/୨୧ରେ କେସ ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲଣ କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.