କବି ଆନଂଦ ଚଂଦ୍ର ସାହୁଙ୍କ ସପ୍ତମ କବିତା ପୁସ୍ତକ ‘ଗଦା ଗଦା ଜୀବନ’ ଉନ୍ମୋଚିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କବି ଆନଂଦ ଚଂଦ୍ର ସାହୁଙ୍କ ସପ୍ତମ କବିତା ପୁସ୍ତକ ‘ଗଦା ଗଦା ଜୀବନ’ ଉନ୍ମୋଚିତ ହୋଇଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉନ୍ମୋଚନ ସଭାକୁ ନିରାଡ଼ମ୍ବର ଭାବେ ଆୟୋଜନ କରାଯାଇଥିବା ବେଳେ କୋଶଳ ପ୍ରବାହ କାର୍ଯ୍ୟାଳୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ସୁନାମଧନ୍ୟ କବି ଭାଗିରଥୀ ମିଶ୍ର, ସାହିତ୍ୟିକ ସନାତନ ଠାକୁର, ପୁସ୍ତକର ପ୍ରକାଶକ ପ୍ରସନ୍ନ କୁମାର ଗିରି, କବି ଶ୍ରୀ ସାହୁ, କୋଶଳ ପ୍ରବାହର ପ୍ରଶାସନିକ ଅଧିକାରୀ ଶ୍ୟାମପ୍ରସାଦ ଗୁରୁ, ସାମ୍ବାଦିକ ଗୋପାଳ ପ୍ରଧାନ, ଯୁବ କବି ମୃଗେଶ ବୈଷ୍ଣବ ପାଣିଗ୍ରାହୀ ଓ ରତ୍ନମୟ ତ୍ରିପାଠୀ ପୁସ୍ତକ ଉନ୍ମୋଚନ କରିଥିଲେ । କବିଙ୍କ ଶହେଟି କବିତାକୁ ନେଇ ସଂକଳିତ ହୋଇଥିବା ୧୯୬ ପୃଷ୍ଠା ବିଶିଷ୍ଟ ଏହି କବିତା ପୁସ୍ତକ ନିଶ୍ଚୟ ଆଗାମୀ ସମୟରେ ନିଜର ବଳିଷ୍ଠତା ଜାହିର୍‌ କରି ପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ‘କୋଶଳ ପ୍ରବାହ’ ବଲାଙ୍ଗିର ଜିଲ୍ଲା ପ୍ରତିନିଧି ଦେବାଶିଷ ମିଶ୍ର ତଥା ବିଜ୍ଞାପନ ଅଧିକାରୀ ଶମ୍ଭୁନାଥ ସାହୁ ସଭା ଆୟୋଜନରେ ମୁଖ୍ୟ ଭୂମିକା ନେଇଥିଲେ । ଦେବଶ୍ରୀ ପବ୍ଲିକେସନ୍‌ ଦ୍ୱାରା ଏହି କବିତା ସଂକଳନ ପ୍ରକାଶ ପାଇଛି ।

Leave A Reply

Your email address will not be published.