centurian jitm

ଗନ୍ଧମାର୍ଦ୍ଦନର ଜୈବ ବିବିଧତାକୁ ନେଇ କଣ୍ଟାବାଞ୍ଜି ମହାବିଦ୍ୟାଳୟର ଗବେଷଣା

nschool

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲରେ ଥିବା ଗନ୍ଧମାର୍ଦ୍ଦନ ପାହାଡ଼ ଜୈବ ବିବିଧତା ଐତିହସ୍ଥଳୀ ଭାବେ ସରକାରଙ୍କ ତରଫରୁ ନିକଟରେ ଘୋଷଣା ହୋଇଛି । ଗନ୍ଧମାର୍ଦ୍ଦନ ପାହାଡ଼ରେ ୨୪ରୁ ଅଧିକ ଚିରସ୍ରୋତା ଝରଣା, ଏକ ହଜାରରୁ ଅଧିକ ବୃକ୍ଷ, ଔଷଧୀୟ ଗୁଳ୍ମଲତା, ୬ଶହରୁ ଅଧିକ ଜୀବଜନ୍ତୁ, ସରୀସୃପ, କ୍ଷୁଦ୍ର ପ୍ରାଣୀ ଥିବା ସରକାରୀ ଗବେଷଣାରୁ ଜଣାଯାଇଛି । ଯାହାକୁ ନେଇ ଗବେଷକ, ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ଉତ୍କଣ୍ଠା ଦେଖାଦେଇ ଥିବାବେଳେ ଜଙ୍ଗଲ ବିଭାଗ ତରଫରୁ ପରିବେଶ ଓ ଜୈବ ବିବିଧତା ଉପରେ ସ୍ଵତନ୍ତ୍ର ଶିକ୍ଷଣୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହି ଅବସରରେ କଣ୍ଟାବାଞ୍ଜି କେଭି ମହାବିଦ୍ୟାଳୟର ଇତିହାସ ବିଭାଗର ଛାତ୍ରୀଛାତ୍ରମାନେ ଗନ୍ଧମାର୍ଦ୍ଦନ ପାହାଡ, ହରିଶଙ୍କର ବୁଲିଥିଲେ । ପାହାଡ଼ ଓ ଔଷଧୀୟ ପାର୍କ ବୁଲି ଦେଖିବା ସହ ବିଭିନ୍ନ ବୃକ୍ଷ, ଔଷଧୀୟ ଗୁଳ୍ମଲତା ସମ୍ପର୍କରେ ବନବିଭାଗ ଅଧିକାରୀ, ପାରମ୍ପାରିକ ବୈଦ୍ୟମାନଙ୍କଠାରୁ ପଚାରି ବୁଝିଥିଲେ । ଏହି ଅବସରରେ ହରିଶଙ୍କର ଉପ ବନାଞ୍ଚଳ ଅଧିକାରୀ ସୁନୀଲ କୁମାର ମିଶ୍ର, ବନପାଳ ରଞ୍ଜିତ କୁମ୍ଭାର, ଦିପାଞ୍ଜଳି ପ୍ରଧାନ, କେଭି ମହାବିଦ୍ୟାଳୟର ଇତିହାସ ବିଭାଗ ମୁଖ୍ୟ ସବିତା ମହାପାତ୍ର, ଅଧ୍ୟାପକ ରୋହିତ କିଶୋର କୁମ୍ଭାର, ପଲ୍ଲୀଶ୍ରୀ ଯୋଶୀ, ସୂର୍ଯ୍ୟକାନ୍ତ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ପାରମ୍ପାରିକ ବୈଦ୍ୟ ଯୋଗେଶ୍ୱର ଧରୁଆ ଓ ଡ଼. ସଞ୍ଜୟ କୁମାର ମିଶ୍ର ଏଥିରେ ବିଷୟ ବିଶେଷଜ୍ଞ ଭାବେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ୪୦ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଔଷଧୀୟ ବୃକ୍ଷରାଜିଙ୍କୁ ନେଇ ଆମ ମହାବିଦ୍ୟାଲୟ ତରଫରୁ ବିଶେଷ କାର୍ଯ୍ୟକ୍ରମ ସବୁ ଆଗକୁ ନିଆ ଯିବ ବୋଲି କହିଥିଲେ ରୋହିତ କୁମ୍ଭାର ।

Leave A Reply

Your email address will not be published.