ତୃତୀୟ ମହେନ୍ଦ୍ର ପଣ୍ଡା ସ୍ମାରକୀ ଫୁଟବଲ ପ୍ରତିଯୋଗୀତା ଉଦ୍‌ଯାପିତ : ସମାଚୁଆଁକୁ ଟ୍ରାଇବ୍ରେକରରେ ହରାଇ ହାତୀସରା ଚାମ୍ପିଅନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କୁତୁର୍ଲା ପଞ୍ଚାୟତ ମୁରସିଂ ପ୍ରିନ୍ସକ୍ଳବ ଆନୁକୂଳ୍ୟରେ କୁତୁର୍ଲା ହାଇସ୍କୁଲ ଖେଳ ପଡ଼ିଆରେ ଅନୁ‌ଷ୍ଠିତ ହୋଇଥିବା ତୃତୀୟ ମହେନ୍ଦ୍ର ପଣ୍ଡା ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି । ଲୁଚକିବନ୍ଧକୁ ହରାଇ ହାତୀସରା ଓ କର୍ଲାମୁଣ୍ଡାକୁ ହରାଇ ସମାଚୁଆଁ ଫାଇନାଲ ଖେଳ ଖେଲିବାକୁ ଯୋଗ୍ୟ ବିବେଚିତ ହୋଇଥିଲା । ପ୍ରଥମେ ସମାଚୁଆଁ ଗୋଟିଏ ଗୋଲ୍‌ ଦେଇଥିବା ବେଳେ ହାତୀସରା ଦଳ ଖେଳ ସମାପ୍ତର ମାତ୍ର ଦୁଇ ମିନିଟ ପୂର୍ବରୁ ଗୋଲ୍‌ ଦେଇ ସମାନ ହୋଇଥିଲେ । ଉଭୟ ଦଳ ସମାନ ଥିବାରୁ ଟ୍ରାଇବ୍ରେକରରେ ହାତୀସରା ଦଳ ବିଜୟ ଲାଭ କରିଥିଲା । ପ୍ରଫୁଲ୍ଲ ବଗର୍ତ୍ତି ଖେଳ ପରିଚାଳନା କରିଥିବା ବେଳେ ବିଜୟ ରଣା, ବଳରାମ ବାଗ, ବଂଶୀଧର ସୁନା ସହଯୋଗ କରିଥିଲେ । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଦେଓଗାଁ ବ୍ଲକର ପୂର୍ବ ଅଧ୍ୟକ୍ଷ ଲକ୍ଷ୍ମଣ‌ ମେହେର ଯୋଗ ଦେଇଥିବା ବେଳେ ବଡ଼ବନ୍ଧ ପଞ୍ଚାୟତର ପୂର୍ବ ସରପଞ୍ଚ ଅନ୍ତର୍ୟ୍ୟାମୀ ଭୋଇ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ପୁରସ୍କୃତ କରିଥିଲେ । ଦୀର୍ଘ ୫ଦିନ ଧରି ଚାଲିଥିବା ଟୁର୍ଣ୍ଣାମେଣ୍ଟକୁ ମୁରସିଂ ପ୍ରିନ୍ସକ୍ଲବର କର୍ମକର୍ତ୍ତା ତଥା ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ ।

Leave A Reply

Your email address will not be published.