oom

ଭୁତିଆରବାହାଲ ଫୁଟବଲ କପ୍ ଉଦ୍‌ଘାଟିତ

jsmm

ବଲାଙ୍ଗିର ସଦର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ସଚ୍ଚିଦାନନ୍ଦ ହାଇସ୍କୁଲ ଖେଳ ପଡିଆ, ଭୁତିଆରବାହାଲ ଠାରେ ଦ୍ବିତୀୟ ଭୁତିଆରବାହାଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ୨୦୨୧ ଉଦ୍‌ଘାଟିତ ହୋଇଯାଇଛି । ଫ୍ରେଣ୍ଡସ୍ କ୍ଲବ, ଭୁତିଆରବାହାଲ ଆନୁକୂଲ୍ୟରେ ୧୬ ଗୋଟି ଦଳକୁ ନେଇ ଏହି ଫୁଟବଲ ଆଠ ଦିନ ଧରି ପ୍ରତିଯୋଗିତା ଅନୁଷ୍ଠିତ ହେବ । ଆଜିର ପ୍ରଥମ ଖେଳ ଅନ୍ତର୍ଲା ଏବଂ ଚନ୍ଦ୍ରପୁର ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଟାଇବ୍ରେକର ମାଧ୍ୟମରେ ଅନ୍ତର୍ଲା ୩-୦ ଗୋଲ ବ୍ୟବଧାନରେ ବିଜୟୀ ହୋଇଥିଲା । ଦ୍ବିତୀୟ ଖେଳରେ ସମଲେଶ୍ବରୀ, ବଲାଙ୍ଗିର ଦଳ ୧-୦ ଗୋଲ ବ୍ୟବଧାନରେ କୁସମେଲ ଦଳକୁ ପରାସ୍ତ କରି ପରବର୍ତ୍ତୀ ପର୍ଯ୍ୟୟକୁ ଉନ୍ନିତ ହୋଇଛନ୍ତି ।ଆଜିର ଉଦ୍‌ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜେନ୍ଦ୍ର ହୋତା, ଜିଲ୍ଲା ଯୁବ ସଭାପତି ବିଜୁ ଜନତା ଦଳ, ମୁଖ୍ୟବକ୍ତା ଭାବେ ବିଭୂତିଭୂଷଣ ମିଶ୍ର, ବିଜୁ ଜନତା ଦଳର ଆଇଟି ସେଲ ଜିଲ୍ଲା ସଭାପତି, ସମ୍ମାନୀତ ଅତିଥି ଭାବେ ଡ. ରାଧାକାନ୍ତ ସେଠ, ନିମନ୍ତ୍ରିତ ଅତିଥି ଭାବେ ଡିଗେଶ୍ୱର ଭୋଇ ଏବଂ ଶ୍ରୀବତ୍ସ ସାହୁ ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଦାମୋଦର ପଧାନ, ବଲ୍ଲବ ମଲ୍ଲିକ, ଦେବାନନ୍ଦ ମହାଲିଙ୍ଗ ଓ କୁମାର ରଜତ ଖେଳକୁ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.