oom

ବେଲପଡାରେ ଜିଲ୍ଲା ସ୍ତରୀୟ ୧୮ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

jsmm

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ଉପଖଣ୍ଡ ବେଲାପଡା ବ୍ଲକ ବେଲପଡା ସୁବାସ ଯୁବକ ସଂଘ (ତଲିପଡା) ପକ୍ଷରୁ ସ୍ଥାନୀୟ ଖେଳ ପଡ଼ିଆରେ ଆୟୋଜିତ ଫୁଟବଲ ଟୁର୍ଣ୍ଣାମେଣ୍ଟ ବୁଧବାର ଉଦ୍‌ଯାପିତ ହୋଇଯାଇଛି । ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଦର୍ଲିମୁଣ୍ଡା ଦଳ ଚମ୍ପିୟାନ ଓ ମଣ୍ଡଳ ଦଳ ରନର୍ସ ଅପ୍‌ ଘୋଷିତ ହୋଇଥିଲା । ଯୁବକ ସଂଘର ସଭାପତିଙ୍କ ସଭାପତିତ୍ୱରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ବିଧାୟକ ସରୋଜ କୁମାର ମେହେର ମୁଖ୍ୟ ଅତିଥି, ଅବସରପ୍ରାପ୍ତ ଅବକାରୀ ନୀରିକ୍ଷକ ପୁରୋତ୍ତମ ଧରୁଆ, ଜିଲ୍ଲା ବିଜେଡ଼ି ଉପସଭାପତି ମହେଶ୍ଵର ସାହୁ, ବେଲପଡା ସରପଞ୍ଚ ହରେଶ ବୁଡେକ, ବିଜେଡି ବ୍ଲକ ସଭାପତି ଲକ୍ଷ୍ମଣ ମେହେର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଫୁଟବଲ ଖେଳର ପ୍ରତି ଯୁବଗୋଷ୍ଠୀଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ପାଇଁ ରାଜ୍ୟ ସରକାରଙ୍କ ଖେଳକୁଦ ପ୍ରତି ଅନେକ ପଦକ୍ଷେପ ନେଇଥିବା ବେଳେ ଆଗାମୀ ଦିନରେ ବି ଏହି ଧାରା ବଜାୟ ରହିବ ଓ ଓଡ଼ିଶାରେ ବହୁ ଉଚ୍ଚମାନର ଖେଳାଳି ସୃଷ୍ଟି ହେବ ବୋଲି ଅତିଥିମାନେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ଏହି ଅବସରରେ ଅତିଥିମାନେ ଦର୍ଲିମୁଣ୍ଡା ଦଳ ଚମ୍ପିୟାନ ଓ ରନର୍ସ ଅପ ଟିମ୍‌କୁ ୮ ଓ ୫ ହଜାର ଟଙ୍କା ସହ ଟ୍ରଫି ଏବଂ ପୁରସ୍କାର ପ୍ରଦାନ କରିବା ସହ ଉତ୍ସାହିତ କରିଥିଲେ । କ୍ଳବ୍‌ର ସଂପାଦକ ମୁରଲି ନାଏକ, ଧର୍ମେନ୍ଦ୍ର ସେଠ ଓ ସଦସ୍ୟ ବିଭୁ ସେଠ, ଜନ୍ମଜୟ ପୁଟେଲ, ଜିତେନ୍ଦ୍ର ସେଠ, ଗୋବିନ୍ଦ ଗହିର ପ୍ରମୁଖ ଖେଳ ଆୟୋଜନ କରିଥିବା ବେଳେ ବିକି ବିଳ, ଚୈତନ୍ୟ ସାହୁ, ରାଜେନ୍ଦ୍ର ଧରୁଆ, ତ୍ରିନାଥ ସେଠ ଖେଳ ପରିଚାଳନା କରିଥିଲେ । କପଟେନ ଜୟନ୍ତ ନାଏକ ଖେଳ ନୀରିକ୍ଷଣ କରିଥିବା ବେଳେ ମନୋଜ ମେହେର ଧାରା ବିବରଣୀ ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.