ls

ଇ-ଶକ୍ତି ପ୍ରକଳ୍ପ ତଦାରଖ କମିଟି ବୈଠକ ଅନୁଷ୍ଠିତ

sb

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଆଜି ଇ-ଶକ୍ତି ପ୍ରକଳ୍ପ ତଦାରଖ କମିଟି ବରଗଡ଼ ଠାରେ ଅନୁଷ୍ଠିତ ହୋଇଯାଇଛି ।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସହାୟକ ମହାପ୍ରବନ୍ଧକ ସରୋଜ କୁମାର ଜେନା ରାଷ୍ଟ୍ରୀୟ କୃଷି ବିକାଶ ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ । ସମ୍ମାନିତ ଅତିଥି ଭାବରେ ସୀତାରାମ ମେହେର ଲିଡ଼ ବ୍ୟାଙ୍କ ମ୍ୟାନେଜର ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଯୋଗଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରୋଜାଲିନ ଭୂୟାଁ ଉପସଭାପତି ମହାଶକ୍ତି ଫାଉଣ୍ଡେସନ ଟ୍ରଷ୍ଟ, ଯୋଗଦାନ କରି ଇ-ଶକ୍ତି ପ୍ରକଳ୍ପ ଉପରେ ଆଲୋଚନା କରିଥିଲେ ।କାର୍ଯ୍ୟକ୍ରମକୁ ସୁବ୍ରତ ସାହୁ ଜୁନିଅର କନ୍ସଲଟାଣ୍ଟ ପରିଚାଳନା କରିଥିଲେ । ବିଶେଷକରି ସାମ୍ପ୍ରତିକ ପରିସ୍ଥିତିରେ ସ୍ୱୟଂ ସହାୟକ ଗୋଷ୍ଠୀର ଭୂମିକା ଉପରେ ଶଙ୍କର ଚାଲାନ, ଡିପିଏମ ଓଏଲମ ଓ ଡିପିସି ଅନିଲ ଡାହଙ୍ଗ ଆଲୋଚନା କରିଥିଲେ । କେମିତି ଠିକ ହିସାବରେ ସ୍ୱୟଂ ସହାୟକ ଗୋଷ୍ଠୀ ଚଳିବ ବିଷୟରେ ତିନୋଟି ଯାକ ସଂସ୍ଥା ଯଥା ମହାଶକ୍ତି ଫାଉଣ୍ଡେସନ, ଦେବଦତ୍ତ କ୍ଳବ ଓ ନିୟୁଲାଇଫ ଫାଉଣ୍ଡେସନ ଟ୍ରଷ୍ଟ ନିଜସ୍ୱ ମତ ରଖିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସୁବୋଧ କୁମାର, ସୁଶାନ୍ତ ସାହୁ ମନ୍ଦାକିନୀ ସାହୁ, ଅଙ୍କିତା ଝଗରା ରଞ୍ଜନା ବିଶ୍ୱାଳ ଉଜ୍ୱଳକେଶର ବିଭାର ଯୋଗଦାନ କରିଥିଲେ ।

pc pk
Leave A Reply

Your email address will not be published.