om academy

ଭାରସାମ୍ୟ ହରାଇ ୪୦ ଫୁଟ ତଳକୁ ସ୍କୁଟି ଖସି ୨ ଯୁବକ ଆହତ

jsm

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଟିକାବାଲି ଥାନା ଅନ୍ତର୍ଗତ ଗୁଡ଼୍ରିଗାଁରେ ଏକ ଅଭାବନିୟ ଘଟଣା ଘଟିଛି । ଏକ ସ୍କୁଟି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବେଳେ ସେହି ସ୍କୁଟିରେ ଥିବା ଚାଳକ ଓ ଯାତ୍ରୀ ଏକ ପୋଲର ପ୍ରାୟ ୪୦ ଫୁଟ ତଳକୁ ଖସିପଡ଼ି ଗୁରୁତର ଆହତ ହୋଇଛନ୍ତି । ପ୍ରକାଶ ଯେ, ଟିକାବାଲି ଥାନା ଅନ୍ତର୍ଗତ ଭଂଜପଦର ଗ୍ରାମର ଦୁଇଜଣ ଯୁବକ ଏକ ସ୍କୁଟିରେ ଯାଉଥିବା ବେଳେ ଗୁଡ଼୍ରିଗାଁ ପୋଲ ନିକଟରେ ସ୍କୁଟିଟି ଭରସାମ୍ୟ ହରାଇ ଦୁର୍ଘଟଣା ଗସ୍ତ ହେବାରୁ ଉଭୟ ପୋଲ ତଳକୁ ଖସିଯାଇଥିଲେ । ପ୍ରାୟ ୪୦ ଫୁଟ ତଳକୁ ଉଭୟ ଖସି ଯାଇଥିବା ପ୍ରକାଶ । ଦୁର୍ଘଟଣା ପରେ ଏକ ପ୍ରଚଣ୍ଡ ଶବ୍ଦ ଯୋଗୁଁ ଗ୍ରାମର କିଛି ଲୋକ ତୁରନ୍ତ ସେଠାରେ ପହଞ୍ଚି ଟିକାବାଲି ଦମକଳ ବାହିନୀକୁ ଖବର ଦେବା ସହିତ କିଛି ସ୍ୱେଚ୍ଛାସେବୀଙ୍କୁ ମଧ୍ୟ ଖବର ଦେଇଥିଲେ । ତୁରନ୍ତ ସେଠାରେ ସମସ୍ତେ ପହଞ୍ଚି ୪୦ ଫୁଟ ତଳୁ ଉଭୟଙ୍କ ଉଦ୍ଧାର କରିବା ସହିତ ଚିକିତ୍ସା ପାଇଁ ପ୍ରଥମେ ଟିକାବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଉଭୟଙ୍କ ନାମ ଜଣାପଡ଼ିନଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଛି ।

Leave A Reply

Your email address will not be published.