oom

ଗଣ୍ତାବାହାଲିଠାରେ ଶାରଦୀୟ ନବ ଦୁର୍ଗାପୂଜା ଆରମ୍ଭ

jsmm

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଗଣ୍ତାବାହାଲି ଏକ କେନ୍ଦ୍ରସ୍ଥଳୀ । ଏଠାରେ ବାର ମାସରେ‌ ତେର ପର୍ବ ମହାଆଡ଼ମ୍ବରରେ ପାଳନ କରାଯାଏ । ସଂସ୍କୃତ ପରମ୍ପରାକୁ ନେଇ ଅନେକ ଉତ୍ସବ ଓ କାର୍ଯ୍ୟକ୍ରମ ହେଉଥିବା ବେଳେ ଦଶହରା ପର୍ବରେ ଗାଁ ଚଳଚଞ୍ଚଳ ହୋଇ ଉଠେ । ଦୀର୍ଘ ନବ ବର୍ଷ ଧରି ଏଠାରେ ଦୁର୍ଗାପୂଜା କରାଯାଉଥିବା ବେଳେ ଚଳିତ ବର୍ଷ ମା’ ଦୁର୍ଗାଙ୍କ ନବଦୁର୍ଗା ପୂଜା ମହାସମାରୋହରେ ପାଳନ କରାଯାଉଛି । ଦୁର୍ଗା ପୂଜା କମିଟି ସଭାପତି ତ୍ରିନାଥ ମେହେର ଥିବା ବେଳେ ସମ୍ପାଦକ ଦିନବନ୍ଧୁ ବେହେରା, ମୁଖ୍ୟ କର୍ତ୍ତା ଭାବରେ ଟଙ୍କଧର ମେହେର ଓ ତାଙ୍କ ସହ ଧର୍ମପତ୍ନୀ ପୂର୍ଣ୍ଣିମୀ ମେହେର ସମେତ ଅନ୍ୟ କର୍ତ୍ତା ଭାବରେ କମଳ ମେହେର ଧର୍ମପତ୍ନୀ ରତ୍ନେ ମେହେର, ମଧୁସୂଦନ ମେହେର ଧର୍ମପତ୍ନୀ ମାଧବି ମେହେର, ଗୁଲୁଚୁ ପ୍ରସାଦ ମେହେର ଧର୍ମପତ୍ନୀ ଜଗମନି ମେହେର, ନକୁଲ ବୈଠାରୁ ଧର୍ମପତ୍ନୀ କୁମାରୀ ବୈଠାରୁ, ମାନସିଙ୍ଗ ମେହେର ଧର୍ମପତ୍ନୀ ତ୍ରିବେଣୀ ମେହେର, ଭଗବାନ ମେହେର ଧର୍ମପତ୍ନୀ ପଞ୍ଚମୀ ମେହେର, ଜଗବନ୍ଧୁ ମେହେର ଧର୍ମପତ୍ନୀ ପ୍ରେମଶିଲା ମେହେର, ତୁଳସୀରାମ ମେହେର ଧର୍ମପତ୍ନୀ କୈଶଲ୍ୟା ମେହେର, ଭରତ ମେହେର ଧର୍ମପତ୍ନୀ ସତ୍ୟବତୀ ମେହେର ରହିଥିଲେ । ମୁଖ୍ୟ ପୂଜକ ଭାବରେ ଆଚାର୍ଯ୍ୟ ହରିଶ୍ଚନ୍ଦ୍ର ଖମାରୀ ନିଜର ଦାୟିତ୍ଵ ତୁଲାଉଛନ୍ତି । ନଅ ଦିନ ଧରି ଏଠାରେ ଅନେକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ଲୋକ ନୃତ୍ୟ, ଦାଣ୍ତିଆ, ନାଟକ ଆୟୋଜନ କରାଯିବା ସହ ପ୍ରତ୍ୟେକ ଦିନ ଭକ୍ତମାନଙ୍କ ପାଇଁ ଶ୍ରଦ୍ଧାଳୁମାନେ ଭୋଗ ବଣ୍ଟନ କରୁଛନ୍ତି । ପୂଜା କମିଟିର ସୂଚନା ଅନୁସାରେ ଦଶମ ଦିନ ମହାଆଡମ୍ବରରେ ରାବଣ ପୋଡ଼ି କରାଯିବାର ବ୍ୟବସ୍ଥା କରାଯାଇଅଛି ।

jittmm
Leave A Reply

Your email address will not be published.