ରାଜବାଟୀ ଦୁର୍ଗାଙ୍କ ଦରବାରରେ ସମର୍ଦ୍ଧିତ ହେଲେ ଦମ୍ପତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ରାଜବୋଡାସମ୍ବର ପଦ୍ମପୁର ରାଜବାଟୀ ଦୂର୍ଗାପୂଜା ମହାଦଶମୀର ରଣଜିତା ପର୍ବ ଅବସରରେ ସାର୍ବଜନୀନ ଦୂର୍ଗାପୂଜା କମିଟି ଓ ପଦ୍ମପୁର ନଗରବାସୀଙ୍କ ତରଫରୁ ବିଶିଷ୍ଟ ଶିଳ୍ପପତି ସ୍ୱର୍ଗତ ଲଷ୍ମୀନାରାୟନ ଅଗ୍ରୱାଲଙ୍କ ପୁତ୍ର ଅମରଦୀପ ଅଗ୍ରୱାଲ ଓ ପୁତ୍ରବଧୁ ଅନୀତା ଅଗ୍ରୱାଲଙ୍କୁ ମହାରାଜା ପ୍ରତାପ କେଶରୀ ସିଂହ ବରିହା ତାଙ୍କ ପୁଅ ଯୁବରାଜ ବିକ୍ରମ କେଶରୀ ସିଂହ ବରିହା ସାନ ଝିଅ ପ୍ରିତିପଦ୍ମା ଦେବୀ, ସାର୍ବଜନୀନ ଦୂର୍ଗାପୂଜା କମିଟି ସଦସ୍ୟ କୃଷ୍ଣ ମୋହନ ପଣ୍ଡା, ବେଣୁମାଧବ ଦୋରା, କିଶୋର କୁମାର ମେହେର, ପୂଜକ ଅତ୍ରାହୀ ଭଞ୍ଜନ ପାଣିଗ୍ରାହୀଙ୍କ ଉପସ୍ଥିତିରେ ଓପଢୋକନ ଦେଇ ପଦ୍ମପୁର ସାର୍ବଜନୀନ ଦୂର୍ଗାପୂଜା କମିଟି ସମ୍ମାନିତ କରାଯାଇଛି । ରାଜବାଟୀର ପୁରୁଣା ଦୂର୍ଗାପୂଜା ମଣ୍ଡପକୁ ଅମରଦୀପ ନିଜ ଖର୍ଚ୍ଚରେ ଆଧୁନିକ ମଣ୍ଡପର ରୂପ ଦେଇଛନ୍ତି । ଏ ବର୍ଷ ସମ୍ପୂର୍ଣ୍ଣ ନୂଆ ରୂପରେ ଆଧୁନିକ ମଣ୍ଡପରେ ମାଆ ପୂଜାର୍ଚ୍ଚନା ପାଇଛନ୍ତି । ସୂଚନା ଯୋଗ୍ୟ ଯେ, ୧୮୯୫ରେ ରାଜ ବୋଡାସମ୍ବର କର୍ତ୍ତା ପଦ୍ମପୁରଠାରେ ମୁଖ୍ୟାଳୟ ତିଆରି ପାଇଁ ଶୁଭ ଦେଇଥିଲେ ଓ ରାଜବାଟୀ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ୧୯୦୫ରେ ପ୍ରତିଷ୍ଠା କାର୍ଯ୍ୟ ହୋଇଥିଲା ଓ ସେ ସମୟରୁ ରାଜ ପରିବାର ଅଧିନରେ ମାଆ ଦୂର୍ଗାଙ୍କ ପୂଜାର୍ଚ୍ଚନା କରାଯାଉଥିଲା । ୧୯୪୭ ସ୍ୱାଧୀନତା ପରେ ପରେ ରାଜପରିବାରର କ୍ଷମତା ସଙ୍କୁଚିତ ହେବାରୁ ଦୂର୍ଗାପୂଜାରେ ମଧ୍ୟ ସମସ୍ୟା ଦେଖା ଦେବାରେ ଲାଗିଲା ।ପରେ ୧୯୫୨ ବେଳକୁ ରାଜବୋଡାସମ୍ବରର ରାଜମାତା ତଥା ବଡ଼ ମା ଫୁଲମତୀ ଦେବି ପଦ୍ମପୁର ନଗରର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଡ଼କାଇ ଏକ ବୈଠକ ମାଧ୍ୟମରେ ରାଜବାଟୀ ଦୂର୍ଗାପୂଜାକୁ ଜନସାଧାରଣଙ୍କ ଉଦେଶ୍ୟରେ ଓ ସହଯୋଗରେ ପରିଚିତ କରିବା ପାଇଁ ଘୋଷଣା କରିଥିଲେ । ସହରର ବିଶିଷ୍ଟ ବ୍ୟକ୍ତି ବିଶେଷ ସହଯୋଗ କରି ଦୂର୍ଗାପୂଜାରେ ଯୋଗଦାନ ଆରମ୍ଭ କରି ସାମିଲ ହୋଇଥିଲେ ପରବର୍ତ୍ତୀ ସମୟରେ ସାର୍ବଜନୀନ ଦୂର୍ଗାପୂଜାରେ ପରିଣତ ହେଲା ଓ ଶେଷରେ ସାର୍ବଜନୀନ ଦୂର୍ଗାପୂଜା କମିଟି ଗଠନ ହୋଇ ପୂଜାର୍ଚ୍ଚନା ହେଉଛି । ବର୍ତ୍ତମାନ ସମୟରେ ସାର୍ବଜନୀନ ଦୂର୍ଗାପୂଜା କମିଟି ପୂଜା ପରିଚାଳନା କରୁଥିଲେ ବି ରାଜବାଟୀର ପରମ୍ପରା, ବିଧି ମୁତାବକ ପୂଜାର୍ଚ୍ଚନା ହେଉଛି । ଆଜି ପୁରୁଣା ମଣ୍ଡପ ବଦଳି ନୂଆରୂପ ନେଇଛି । ଗଡ଼ଜାତର ସର୍ବ ଶ୍ରେଷ୍ଠ ପୂଜା ପରମ୍ପରା ଅନୁସାରେ ଦୂର୍ଗାପୂଜା ପାଳନ ହେଉଥିବାରୁ ସହରର ସମସ୍ତ ଜନସାଧାରଣ ଏକତ୍ରିତ ହୋଇ ଏକାଠି ଗୋଟିଏ ସ୍ଥାନରେ ଗୋଟିଏ ମଣ୍ଡପରେ ପୂଜାର୍ଚ୍ଚନା କରି ଆସୁଛନ୍ତି । ବରଗଡ଼ ଜିଲ୍ଲା ପଦ୍ମପୁର ରାଜବାଟୀ ଦୂର୍ଗାପୂଜା ଏକତାର ପ୍ରତିକ ଏଠି ଅଚଳର ସମସ୍ତ ଜନସାଧାରଣ ଏକାଠି ହୋଇ ଶାନ୍ତି ମନରେ ସାର୍ବଜନୀନ ଦୂର୍ଗାପୂଜା ପାଳନ କରନ୍ତି ବୋଲି ପ୍ରମାଣିତ କରି ଦେଖାଇଛନ୍ତି ସହରର ବିଶିଷ୍ଟ ଶିଳ୍ପପତି ଅମରଦୀପ ଅଗ୍ରୱାଲ । ରାଜବୋଡାସମ୍ବର ସାର୍ବଜନୀନ ଦୂର୍ଗାପୂଜାରେ ପୁରୁଣା ମଣ୍ଡପକୁ ନୂଆ ଆଧୁନିକ ରୂପରେ ନିଜସ୍ଵ ଖର୍ଚ୍ଚରେ ସମ୍ପୂର୍ଣ୍ଣ ତିଆରି କରାଇଥିବାରୁ ତାଙ୍କ ଅବଦାନ ଅତୁଳନୀୟ । ତାଙ୍କ ଉଦ୍ୟମକୁ ଜନସାଧାରଣ ପ୍ରଶଂସା କରୁଥିବାରୁ ଜନସାଧାରଣଙ୍କ ତରଫରୁ ସାର୍ବଜନୀନ ଦୂର୍ଗାପୂଜା କମିଟି ସମ୍ମାନୀତ କରିଛି ।

Leave A Reply

Your email address will not be published.