om academy

ଟିଟିଲାଗଡରେ ଜଳିଗଲା ୧୭ଟି ଉଠା ଦୋକାନ : ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ପୋଡ଼ି ନଷ୍ଟ

jsm

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ନିଆଁ ଲାଗି ଜଳିଗଲା ୧୭ଟି ଉଠା ଦୋକାନ । ଅଗ୍ନିଶମ ବାହିନୀ ଖବର ପାଇ ଆସି ନିଆଁକê ଆାୟତ୍ତ କରିଥିଲେ । ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ପୋଡ଼ି ନଷ୍ଟ ହୋଇଛି । କେହି ଜଣେ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଅଭିଯୋଗ । ପାଖାପାଖି ସମସ୍ତ ଦେକାନ ଥିବାରୁ ନିଆଁ ଲାଗିବା ଫଳରେ ୧୭ଟି ଦୋକାନ ସଂପୂର୍ଣ୍ଣ ଭାବରେ ପୋଡ଼ି ପାଉଁଶ ହୋଇଯାଇଛି । ସୂଚନା ଅନୁସାରେ, ଆଜି ସକାଳେ ଅଚାନକ ଦୋକାନ ଘର ଗୁଡିକ ହୁତୁ ହୁତୁ ହୋଇ ଜଳୁଥିବା ଦେଖି ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆାୟତ୍ତ କରିଛନ୍ତି । ନିଆଁ ଲାଗିବାର ପ୍ରକୃତ କାରଣ ଖୋଳତାଡ଼ କରୁଛି ପୋଲିସ୍ ।

Leave A Reply

Your email address will not be published.