oom

ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ସହ ଦୀପାବଳୀ ପାଳନ କଲେ ସ୍ୱେଚ୍ଛାସେବୀ ଯୁବ ସଂଗଠନ

jsmm

ସଇଁତଲା, (ପ୍ରମୋଦ ସେଲମା) : ଆଲୋକର ପର୍ବ ପବିତ୍ର ଦୀପାବଳୀକୁ ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ଭିନ୍ନକ୍ଷମ ବିଦ୍ୟାଳୟ ପରିସରରେ ଧୁମ୍‌ଧାମ୍‌ ସହ ପାଳନ ହୋଇଯାଇଛି । ଏଥିରେ ସଇଁତଲା ସ୍ୱେଚ୍ଛାସେବୀ ଯୁବ ସଂଗଠନର ଅବିନାଶ ବୈଠାରୁ ଓ ରାକେଶ ସାହୁଙ୍କ ଉଦ୍ୟମରେ ସୋମବାର ସ୍ଥାନୀୟ ବିଦ୍ୟାଳୟ ଠାରେ ଛାତ୍ରଛାତ୍ରୀଙ୍କ ସହ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ଉପସ୍ଥିତିରେ ଦୀପାବଳୀ ଉତ୍ସବ ପାଳନ ହୋଇଯାଇଛି । ଏହି ପରିପେକ୍ଷୀରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୁଲୁଶ୍ରୀ କମଳାକାନ୍ତ ଶତପଥିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସଇଁତଲା ସରପଞ୍ଚ ସୁବ୍ରତ ନାଗ ଯୋଗଦାନ କରି ଉପସ୍ଥିତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଦୀପାବଳୀ ଅଭିନନ୍ଦନ ଜଣାଇବା ସହ ବିଦ୍ୟାଳୟ ପରିସର ଅନ୍ଧାର ହୋଇ ରହିଥିବାରୁ ୨ ଗୋଟି ଲାଇଟ ତୁରନ୍ତ ପଞ୍ଚାୟତ ତରଫରୁ ଲଗାଯିବ ବୋଲି ପ୍ରକାଶ କରିଥିଲେ । ଏଥିରେ ଅନ୍ୟତମ ଅତିଥି ଭାବରେ ଯୁବ ଆଇନଜୀବୀ ମାନଭଞ୍ଜନ ପାଣିଗ୍ରାହୀ, ପୂର୍ବତନ ସମିତି ସଭ୍ୟ ଛନ୍ଦାଚରଣ ବେହେରା, ସ୍ୱେଚ୍ଛାସେବୀ ରାଜା ପଟ୍ଟନାୟକ, ଅମିତ ରଥ, ଆଶିଷ ଥାଟି ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଏହାପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ପରେ ଛାତ୍ରଛାତ୍ରୀମାନଙ୍କୁ ଅନୁଷ୍ଠାନ ତରଫରୁ ମିଷ୍ଟାନ ବଣ୍ଟନ କରିବା ସହ ବାଣ ଫୁଟାଇ ବେଶ ଖୁସି ହୋଇଥିଲେ । ଏଥିରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଦେବାନନ୍ଦ ସାହୁ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ଶିକ୍ଷକ ସନ୍ତୋଷ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସନ୍ତୋଷ ସାହୁ, ଜଗଦିଶ ଦୀପ, ହରିବନ୍ଧୁ ବଗର୍ତି, ଲକ୍ଷଶ ସାହୁ, ମହେନ୍ଦ୍ର ରଥ, କେତକୀ ବାଗ, ଫଗୁଣୀ ପୋଢ଼, ବଳଦେବ ଦୀପଙ୍କ ସହ ଅନୁଷ୍ଠାନର ଆଶିଷ ବେହେରା, ଇମନ ବେହେରା, ଅଙ୍କିତ ଅଗ୍ରୱାଲ, ସୁରଜ ଅଗ୍ରୱାଲ, କିଷାନ ଅଗ୍ରୱାଲ, ସୋମ୍ୟ ଯାଦବ, ସରୋଜ ବାଗ ଓ କିଶୋର ଜାଲଙ୍କ ସମେତ ବହୁ ସ୍ୱେଚ୍ଛାସେବୀମାନେ ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.