ବନ୍ଧପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆନ୍ତର୍ଜାତୀୟ ସ୍ୱାକ୍ଷରତା ଦିବସ ପାଳିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ବନ୍ଧପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବନ୍ଧପାଲି ଠାରେ ନବ ଭାରତୀୟ ଆନ୍ତର୍ଜାତୀୟ ସ୍ୱାକ୍ଷରତା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଥବିର ବୁଡେକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ବନ୍ଧପାଲି ଗ୍ରାମ ପଞ୍ଚାୟତର ସରପଞ୍ଚ କ୍ଷୀରଧର ବୁଡେକ, ସମ୍ମାନିତ ଅତିଥି ଅବସରପ୍ରାପ୍ତ ଶିକ୍ଷକ ପହିଲ ବୁଡେକ, ସର୍ଗୁଲ କ୍ଲଷ୍ଟରର ସି.ଆର୍.ସି.ସି ନୀଳକଣ୍ଠ ନାଏକ ଯୋଗଦେଇଥିଲେ । ଅତିଥିମାନେ ଶିକ୍ଷା ଓ ସ୍ୱାକ୍ଷରତା ଉପରେ ବିସ୍ତୃତ ଆଲୋଚନା କରିଥିଲେ ଏବଂ ପରେ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନଙ୍କୁ ନେଇ ଶୋଭାଯାତ୍ରାରେ ବାହ।।ରି ଗ୍ରାମ ପରିକ୍ରମା କରିଥିଲେ । ଏଥିରେ ବିଦ୍ୟାଳୟର ଶିକ୍ଷକ ହେମକାନ୍ତ ମେହେର, ଅଶ୍ୱିନୀ କୁମାର ବେହେରା, ପ୍ରସନ୍ନ କୁମାର ତାଣ୍ଡି ଏବଂ ଶିକ୍ଷୟିତ୍ରୀ ଦୀପ୍ତିମୟୀ ପ୍ରଧାନ ସହଯୋଗ କରିଥିଲେ ।

Leave A Reply

Your email address will not be published.