
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ୧୯୬୧ ମସିହାରେ ପ୍ରଥମ ଥର ପାଇଁ ଜଣେ ଆମେରିକୀୟ, ଆଲାନ୍ ଶେପାର୍ଡ, ମହାକାଶକୁ ଯାଇଥିବା ସ୍ମୃତିଚାରଣ ପାଇଁ ୨୦୧୬ ମସିହା ମେ ମାସରେ ‘ଜାତୀୟ ମହାକାଶଚାରୀ ଦିବସ’ ପାଳନ କରାଯାଏ । ଏହି ଦିବସରେ ମହାକାଶଚାରୀମାନଙ୍କୁ ହିରୋ ଭାବରେ ସମ୍ମାନ ଦିଆଯାଏ, ଯେଉଁମାନେ ଥିଲେ ଆମକୁ ତାରାମାନଙ୍କ ନିକଟରେ ପହଞ୍ଚିବା ପାଇଁ ପ୍ରେରଣାର ଉତ୍ସ । ସେହି ସମସ୍ତ ସାହସୀ ବ୍ୟକ୍ତିଙ୍କ ପାଇଁ ଏହା ଏକ ଶ୍ରଦ୍ଧାଞ୍ଜଳି, ଯେଉଁମାନେ ମହାକାଶ ଅନୁସନ୍ଧାନ ଏବଂ ବ୍ରହ୍ମାଣ୍ଡ ବିଷୟରେ ମାନବଜାତିର ଜ୍ଞାନ ବିସ୍ତାର କରିବାକୁ ନିଜ ଜୀବନକୁ ବିପଦରେ ପକାଇଥିଲେ । ଜାତୀୟ ମହାକାଶଚାରୀ ଦିବସ ପାଳନ ପଛରେ ଥିବା ଉଦ୍ଦେଶ୍ୟ ହେଉଛି ମହାକାଶଚାରୀଙ୍କ ଅନୁଭୂତି ଏବଂ କାହାଣୀ ବାଣ୍ଟିବା ଏବଂ ଯୁବ ମହାକାଶ ପ୍ରେମୀମାନଙ୍କ ମଧ୍ୟରେ କୌତୁହଳ ସୃଷ୍ଟି କରିବା ଏବଂ ସେମାନଙ୍କୁ ସେମାନଙ୍କର ସ୍ୱପ୍ନକୁ ଅନୁସରଣ କରିବାକୁ ପ୍ରେରଣା ଦେବା । ୧୯୬୯ ମସିହାରେ ନାସାର ଆପୋଲୋ ୧୧ ମିଶନର ଅଂଶ ଭାବରେ ନିଲ ଆର୍ମଷ୍ଟ୍ରଙ୍ଗ ଏବଂ ବଜାଜ ଆଲଡ୍ରିନ୍ ପ୍ରଥମ ମଣିଷ ଥିଲେ ଯେଉଁ ମାନେ ଚନ୍ଦ୍ର ପୃଷ୍ଠରେ ଚାଲିଥିଲେ । ୧୯୮୩ ମସିହାରେ ସ୍ପେସ୍ ସଟଲ୍ ଚ୍ୟାଲେଞ୍ଜରରେ ଉଡ଼ି ମହାକାଶକୁ ଯାଇଥିବା ପ୍ରଥମ ଆମେରିକୀୟ ମହିଳା ଭାବରେ ସଲ୍ଲୀ ରାଇଡ୍ ଇତିହାସ ସୃଷ୍ଟି କରିଥିଲେ । ୧୯୯୮ ମସିହାରେ ମହାକାଶଚାରୀଙ୍କ ପାଇଁ ଏକ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ (ଆଇଏସ୍ଏସ୍)ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ୨୦୨୪ ସୁଦ୍ଧା, ଜଣେ ଭାରତୀୟ ନାଗରିକ ଏବଂ ଭାରତୀୟ ମୂଳ ନାଗରିକ ଚାରିଜଣ ବ୍ୟକ୍ତି ମହାକାଶ ଯାନ ଯାତ୍ରା ଭାଗଦାନରେ ଅଛନ୍ତି । ମହାକାଶରେ ଭାରତୀୟ ନାଗରିକର ପ୍ରଥମ ତଥା ଏକମାତ୍ର ମହାକାଶଚାରୀ ୧୯୮୪ ମସିହାରେ ସୋୟୁଜ୍ ଟି -୧୧ରେ ରାକେଶ ଶର୍ମା ଥିଲେ । କଳ୍ପନା ଚାଓଲା, ସୁନିତା ଓ୍ଵଲିଏମସ୍, ରାଜା ଚାରୀ ନାସା ଏଷ୍ଟ୍ରୋନାଟ ଭାବରେ ଯୋଗଦେଇ ଥିଲେ । ସିରିଶା ବାନ୍ଦଲା ହେଉଛନ୍ତି ପ୍ରଥମ ତଥା ଏକମାତ୍ର ଭାରତୀୟ ଜନ୍ମିତ ମହିଳା ଯିଏକି ଏକ ସବୋର୍ବିଟାଲ୍ ଫ୍ଲାଇଟ୍ କରିଥିଲେ, ଯାହା ସେ ଜୁଲାଇ ୧୧, ୨୦୨୧ରେ ଭର୍ଜିନ୍ ଗାଲାକ୍ଟିକ୍ ୟୁନିଟି ୨୨ରେ କରିଥିଲେ ।