oom

ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

jsmm

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଅଖିଳ ଭାରତ ପ୍ରଗତିଶୀଳ ମହିଳା ଆସୋସିଏସନ ପକ୍ଷରୁ ଗୁଣପୁର ବ୍ଲକ ଅନ୍ତର୍ଗତ ଗୋଠଲପଦର ପଞ୍ଚାୟତର କୁକୁରୁଗୁଡା ଗାଁରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି । ମହିଳା ଆନ୍ଦୋଳନର ଆରମ୍ଭ (୧୯୦୮-୧୯୧୦) ଅନ୍ତର୍ଜାତୀୟ ନାରୀ ଦିବସର ପ୍ରଥମ ଚିହ୍ନ ୧୯୦୮ ମସିହାରେ ନ୍ୟୁୟର୍କରେ ଦେଖାଯାଇଥିଲା । ୧୫,୦୦୦ ନାରୀ କାର୍ଯ୍ୟକର୍ତ୍ତା ଏକ ବିଶାଳ ଶୋଭାଯାତ୍ରା କରିଥିଲେ । ଯେଉଁଥିରେ ସେମାନେ ସୁସ୍ଥ ଶ୍ରମ ଅବସ୍ଥା, କମ୍ କାମ ଘଣ୍ଟା, ଏବଂ ମହିଳାମାନଙ୍କ ପାଇଁ ଭୋଟ ଅଧିକାର ଦାବି କରିଥିଲେ । ଏହି ଆନ୍ଦୋଳନକୁ ଦୃଷ୍ଟିରେ ରଖି ୧୯୧୦ ମସିହାରେ ଡେନମାର୍କର କୋପେନ ହେଗେନ ସହରରେ ଏକ ବିଶ୍ୱ ନାରୀ ସମ୍ମିଳନ ଅନୁଷ୍ଠିତ ହୋଇଥିଲା । ଜର୍ମାନୀର ନାରୀ ଅଧିକାର କାର୍ଯ୍ୟକର୍ତ୍ତା କ୍ଲାରା ଜେଟ୍‌କିନ୍ ପ୍ରଥମ ଥର ପାଇଁ “ଅନ୍ତର୍ଜାତୀୟ ନାରୀ ଦିବସ” ପାଳନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବକୁ ୧୭ଟି ଦେଶର ପ୍ରତିନିଧିମାନେ ସମର୍ଥନ କରିଥିଲେ ।.ମାର୍ଚ୍ଚ ୮ ଏକ ଆନ୍ତର୍ଜାତୀୟ ଦିବସ (୧୯୧୧-୧୯୧୭) ପ୍ରଥମ ଥର ୧୯୧୧ ମସିହାରେ ଅଷ୍ଟ୍ରିଲିଆ, ଡେନମାର୍କ, ଜର୍ମାନୀ ଏବଂ ସ୍ଵିଜରଲ୍ୟାଣ୍ଡ ଦେଶରେ ଅନ୍ତର୍ଜାତୀୟ ନାରୀ ଦିବସ ପାଳନ କରାଯାଇଥିଲା । ନାରୀମାନଙ୍କ ସମ୍ମାନ, ଅଧିକାର, ସ୍ଵାଧୀନତା, ସମାନ କାମକୁ ସମାନ ମଜୁରୀ, ମହିଳା ମାନଙ୍କୁ ଘରଡିହ ସହ ଜଗଂଲ ଜମିର ଅଧିକାର, ମହିଳା ମାନଙ୍କ ନିର୍ଯ୍ୟାତନା ବନ୍ଦ କରିବା ସହ ଏକତ୍ର ହୋଇ ଫାଶୀବାଦ ବିରୁଦ୍ଧରେ ଲଢେ଼ଇ କରିବା ପାଇଁ ସିପିଆଇ (ଏମ୍‌ଏଲ୍‌) ଲିବରେସନର ଜିଲ୍ଲା ସମ୍ପାଦକ ତ୍ରିପତି ଗମାଙ୍ଗ ନେତୃତ୍ୱରେ ଆଜି ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି ।

jittmm
Leave A Reply

Your email address will not be published.