oom

ନିଖିଳ ଓଡିଶା ଗୃହ ମଜଦୁର ସଭାର ଆନ୍ତର୍ଜାତୀକ ଗୃହ କର୍ମଚାରୀ ଦିବସ ପାଳିତ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ହିନ୍ଦ ମଜଦୁର ସଭା ଓ ରାଉରକେଲା ମଜଦୁର ସଭା ବିଶ୍ରା ରୋଡ କାର୍ଯ୍ୟାଳୟରେ ନିଖିଳ ଓଡିଶା ଗୃହ ମଜଦୁର ସଭାର ମୁଖ୍ୟ ଉପଦେଷ୍ଟା ଦିଗମ୍ବର ମହାନ୍ତି ତତ୍ତ୍ଵାବଧାନରେ ଆନ୍ତର୍ଜାତିକ ଗୃହ କର୍ମଚାରୀ ଦିବସ ତଥା ସପ୍ତାହର ପାଳନର ଅବସରରେ, ସଂଗଠନର ସଭାପତି ବୁନ୍ଦା ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରୀୟ ଶ୍ରମିକ ଶିକ୍ଷା ବୋର୍ଡ଼ ର ଆଞ୍ଚଳିକ ନିର୍ଦେଶକ ସରୋଜ କୁମାର ବେହେରା ହିନ୍ଦ ମଜଦୁର ସଭାର ରାଜ୍ୟ ସମ୍ପାଦକ ତଥା ବରିଷ୍ଠ ଶ୍ରମିକ ନେତା ଦିଗମ୍ବର ମହାନ୍ତି ସମ୍ମାନ୍ନିତ ଅତିଥିଭାବେ, ଯୋଗଦେଇ ଥିଲେ ,ବିଜେଡିର ବରିଷ୍ଠ ନେତା ଗଗନ ପଣ୍ଡା, ସୁନ୍ଦରଗଡ଼ ଜିଲ୍ଲା ଶିଳ୍ପାଞ୍ଚଳ ଶ୍ରମିକ ସଭାର ସଭାପତି ମହେଶ୍ଵର ମହାପାତ୍ର, ସମାଜସେବୀ ପ୍ରଶାନ୍ତ ସେଠୀ, ପ୍ରମିଳା କିଣ୍ଡୋ, ମୁକ୍ତା ବାଗ, ଚନ୍ଦ୍ରା ରାଓ, ଫ୍ଲୋରା ଏକ୍କା, ଜ୍ୟୋତ୍ସ୍ନା ପାଲ, ଲକ୍ଷ୍ମୀ ମୋଦକ, ସୁର୍ ବାଲି ବାଗ, ପ୍ରଭୃତି ଏହି କାର୍ଯ୍ୟକ୍ରମରେ ନେତୃତ୍ୱ ନେଇଥିଲେ, କାର୍ଯ୍ୟକ୍ରମରେ ସଂଗଠନ ତରଫରୁ ସଙ୍ଗଠନର କର୍ମମାନଙ୍କ ପିଲାମାନଙ୍କ ମଧ୍ୟରୁ ଓଡିଶା ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହୋଇଥିବା ସେକ୍ଟର ୩ ବଲାଙ୍ଗିର ବସ୍ତିର ଆକାଶ ସୁନାଙ୍କ ପାଇଁ ତାଙ୍କର ପିତାମାତାଙ୍କୁ ସମ୍ମାନର ସହ ମାନପତ୍ର ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ପ୍ରଦାନ କରାଯାଇଛି ସେହିପରିଏସ୍‌ବିଆଇ ସେକ୍ଟର ୧୯ ବ୍ୟାଙ୍କର ଏକ୍ଜୁକୁଟିଭି ପ୍ରିୟଙ୍କା ପାଲଙ୍କ ସମେତ +୩ ରେ ଡ଼ିଷ୍ଟିଇଂସନ ,+୨ ଏବଂ ଦଶମ ଶ୍ରେଣୀରେ ଇ ଗ୍ରେଡ୍ ପାସ ପିଲାମାନଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା ସଂଗଠନର ମୁଖ୍ୟ ଉପଦେଷ୍ଟା ଶ୍ରୀ ମହାନ୍ତି ତାଙ୍କର ବକ୍ତବ୍ୟରେ କହିଥିଲେ କିଭଳି ଗୃହ କର୍ମଚାରୀମାନଙ୍କ ଏକତା ନିକଟରେ ଭିନ୍ନ ଭିନ୍ନ ସମୟରେ ବହୁତ ପ୍ରଭାବ ଶାଳୀ ବ୍ୟକ୍ତି ବିଶେଷ ଓ ସଂସ୍ଥା ମାନେ ମଧ୍ୟ ମୁଣ୍ଡ ନୁଆଇଁଛନ୍ତି, ଏଣୁ ସମସ୍ତେ ସବୁବେଳେ ସମ୍ମାନର ସହିତ ଏକଜୁଟ ହୋଇ ନିଜର ଅଧିକାରକୁ ହାସଲ କରିବା ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିବା ପାଇଁ ନିଜର ଦୃଢ଼ତା ବଜାୟ ରଖିବାକୁ ଉପଦେଶ ଦେଇଥିଲେ, ଶେଷରେ ସଂଗଠନର ସାଧାରଣ ସମ୍ପାଦକ ଫ୍ଲୋରା ଏକ୍କା ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.