oom

ବଲାଙ୍ଗିର ଜେଏସ୍ଏମ୍ କଲେଜର ନବମ ପ୍ରତିଷ୍ଠା ଦିବସ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜେଏସ୍ଏମ୍ ବାଣିଜ୍ୟ, କଳା ଓ ବିଜ୍‌ଜ୍ଞାନ କଲେଜର ନବମ ପ୍ରତିଷ୍ଠା ଦିବସ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । କଲେଜର ପ୍ରାଧ୍ୟାପିକା ମନସ୍ମିତା ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ବରେଣ୍ୟ ଅତିଥି ଭାବରେ ଟିଟିଲାଗଡ଼ ଡି.ଏ.ଭି କଲେଜର ପୂର୍ବତନ ଅଧ୍ୟକ୍ଷ ଡଃ. ଛାୟାକାନ୍ତ ଷଡଙ୍ଗୀ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ କେବଳ ପରୀକ୍ଷା ମାର୍କ ଉପରେ ଗୁତୁତ୍ତ୍ଵ ନଦେଇ ଜଣେ ଜଣେ ବିଚାରବନ୍ତ ମଣିଷ ହେବାକୁ ଉପଦେଶ ଦେଇଥିଲେ । ପରୀକ୍ଷାରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ପ୍ରତିଦ୍ୱନ୍ଦିତା ମନୋଭାବ ନହୋଇ ସହଭାଗୀତା ମନୋଭାବ ରହୁ । ପ୍ରତିଦ୍ୱନ୍ଦିତା ସବୁବେଳେ ଇର୍ଷା ପରାୟଣ ଓ ଅହଙ୍କାର ଭାବ ସୃଷ୍ଟି କରିଥାଏ ଯେଉଁ ଥି ପାଇଁ ଆଜି ଉଚ୍ଚ ଶିକ୍ଷିତ ମେଧାବୀ ଛାତ୍ରଛାତ୍ରୀମାନେ ବଡବଡ ଚାକିରୀ କରି ଶେଷରେ ଭ୍ରଷ୍ଟାଚାରରେ ଲିପ୍ତ ରହୁଛନ୍ତି । ଆଜି ଏଥିପାଇଁ ସାମାଜ କଳୁଷିତ ହେବାରେ ଲାଗିଛି ବୋଲି ଶ୍ରୀ ଷଡଙ୍ଗୀ କହିଥିଲେ । ସଭା ପ୍ରାରମ୍ଭରେ ଅତିଥିଗଣ ମାଁ ସମଲେଶ୍ଵରୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରି ସଭାକୁ ଉଦ୍‌ଘାଟନ କରିଥିଲେ । ସଭାକୁ କଲେଜର ଅଧ୍ୟାପିକା ଅଙ୍କିତା ମିଶ୍ର ସଂଯୋଜନା କରିଥିେଏ ଏବଂ କଲେଜର ନିର୍ଦେଶକ ସିଏ ଶ୍ରୀକାନ୍ତ ଶର୍ମା, ପୂର୍ବତନ ଅଧ୍ୟକ୍ଷ ପୀତବାସ ପଣ୍ଡା, ମୁଖ୍ୟ ଉପଦେଷ୍ଟା ଶିକ୍ଷାବିତ୍ ମନୋରଞ୍ଜନ ସାହୁ ପ୍ରମୁଖ ମଞ୍ଚାସୀନ ରହି ଛାତ୍ରଛାତ୍ରୀମାନଙ୍କୁ ଦୃଢ଼ ମନୋବଳ, ସାହସ ଓ ଧୈର୍ଯ୍ୟ ବଳରେ ହିଁ ଜୀବନରେ ସଫଳତା ପାଇପାରିବେ ବୋଲି ଉପଦେଶ ଦେଇଥିଲେ । ଏହି ଅବସରରେ ଓ.ପି.ଏସ୍‌.ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ବଲାଙ୍ଗିରର ଭୂପେଶ ପାଢୀ ଓ ସନ୍ତୋଷ ନାଗଙ୍କୁ କଲେଜ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ଛାତ୍ରଛାତ୍ରୀମାନଙ୍କୁ ନେଇ ଅତିଥିମାନଙ୍କ ସହ ଏକ ମତ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ କଲେଜର ସମସ୍ତ ଛାତ୍ରଛାତ୍ରୀ ଓ ଅଧ୍ୟାପକ, ଅଧ୍ୟାପିକା ସହଯୋଗ କରିଥିଲେ । ଶେଷରେ କଲେଜର ଅଧ୍ୟାପିକା କ୍ରିଷ୍ଣା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.