oum

ଆନ୍ତର୍ଜାତିକ ବିଜ୍ଞାନ ଦିବସ

jsm

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ ଜବାହରଲାଲ୍‌ କଲେଜ ସଭାଗୃହରେ ଆନ୍ତର୍ଜାତିକ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ବିଜ୍ଞାନ ସଂସଦ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଏହାର ସଭାପତି ତଥା କଲେଜ ଅଧ୍ୟକ୍ଷ ଡ. ଦେବରାଜ ମିଶ୍ର ଯୋଗ ଦେଇ ଶାନ୍ତି ଓ ପ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ । ସଂସଦର ଉପସଭାପତି ନବକିଶୋର ମିଶ୍ର, ସହକାରୀ ଉପସଭାପତି ଲକ୍ଷ୍ମଣ ଭୋଇ ମଞ୍ଚାସୀନ ଥିଲେ । ଏଥିରେ ସଂସଦର ସମସ୍ତ ସଦସ୍ୟ, ସଦସ୍ୟା, ବିଜ୍ଞାନ ବିଭାଗର ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.